ଶେରଗଡ ବ୍ଲକ ଅଧ୍ୟକ୍ଷ ଙ୍କୁ ମରଣାନ୍ତକ ଆକ୍ରମଣ। (ରିପୋର୍ଟ:- ରାଜକିଶୋର ସାବତ)
ଶେରଗଡ଼ –
ଶେରଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ । ବ୍ଲକ ପରିସରରେ ଥିବା ତାଙ୍କ ପ୍ରକୋଷ୍ଠ ରେ ବସିଥିବା ସମୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ପ୍ରକୋଷ୍ଠ ରେ ପଶି ୧୦ ରୁ ଉର୍ଦ୍ଧ ଯୁବକ ତାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ନଆସିବାରୁ ଚିକିତ୍ସା ପାଇଁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର M.K.C.G. ମେଡିକାଲ୍ କୁ ସ୍ଥାନାନ୍ତର କରିଛନ୍ତି। ତାଙ୍କ ସହ ପୁଅ ଅଶୋକ, ଭାଇ ଜିତେନ୍ଦ୍ର, ପୁତୁରା ଶିଲୁ ଯାଇଥିଲେ ।ଘଟଣାର ଖବର ପାଇ ଥାନା ଅଧିକାରୀ ଓ ତାଙ୍କ ଟିମ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ୫୫ ବର୍ଷ ଧରି ପଞ୍ଚାୟତ ରାଜ ବ୍ୟବସ୍ଥାରେ ବହୁ ବ୍ୟକ୍ତି ବ୍ଲକ ଅଧ୍ୟକ୍ଷ ଭାବେ ଜନ ସେବାରେ ନିଜକୁ ନିୟୋଜିତ କରିଥିଲେ। କିନ୍ତୁ ଏ ଭଳି ଘଟଣା ବ୍ଲକ ପରିସର ମଧ୍ୟରେ କେବେ ଘଟି ନ ଥିଲା । ବିଶେଷ କରି ଜଣେ ଶାନ୍ତ ସରଳ ପ୍ରକୃତିର ରାଜ ନେତା ଆକ୍ରମଣର ଶିକାର ହୋଇ ଥିବାରୁ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିଛନ୍ତି। ଆକ୍ରମଣର କାରଣ ଅସ୍ବଷ୍ଟ ରହିଥିବା ଜଣାପଡିଛି ।ଘଟଣାସ୍ଥଳ ରେ ଶେରଗଡ଼ ପୋଲିସ ପହଞ୍ଚି ଘଟଣା ତଦନ୍ତ କରୁଛି।
