ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-10/03/26-:ପୁର୍ବାହ୍ନ ରେ ଭଞ୍ଜନଗର ବେଲଗୁଣ୍ଠା ରାସ୍ତା ନୁଆଗାଁ ରାସ୍ତା କଡ଼ରୁ ପୋଲିସ ଏକ ମୃତ ଦେହ ଉଦ୍ଧାର କରିଛନ୍ତି। ମୃତ ଶରୀର ପଚି ଯାଇଥିବାରୁ ତାଙ୍କୁ ଚିହ୍ନି ହେଉନାହିଁ। ସେହି ରାସ୍ତାରେ ଯାଉଥିବା କିଛି ଲୋକ ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କିଛି ଦୂରରେ ଦୁଇଟି ବ୍ୟାଗ୍ ଜବତ କରିଛନ୍ତି। ଉକ୍ତ ବ୍ୟାଗ୍ ରେ କିଛି ପୋଷକ, ପାଣି ବୋତଲ ସହ କିଛି ଆବଶ୍ଯକୀୟ ସାମଗ୍ରୀ ଥିବା ଜଣାପଡ଼ିଛି। ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ମଦ୍ୟପାନ ଜନିତ କି ଅଂଶୁଘାତ ସନ୍ଦେହ ସୃଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
