ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପଦବୀ ରେ ଥିବା ମହିଳା ପଦାଧିକାରୀ ଶିଶୁ ମଙ୍ଗଳ କମିଟି ଅଧିକାରୀ,ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ,ଓକିଲ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ବ୍ଲକ ଅଧକ୍ଷା ଙ୍କୁ ମହିଳା ଦିବସ ଉପଲକ୍ଷେ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ,ଓଡାପଡା ଓ ହିନ୍ଦୋଳ ବ୍ଲକର ବିଭିନ୍ନ ଗ୍ରାମରେ ବିଶ୍ବ ଯୁବ କେନ୍ଦ୍ର ତରଫ ରୁ ଏକ ସଚେତନତାମୂଳକ କ୍ୟାଣ୍ଡେଲ୍ ରାଲି ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା, ୱାର୍ଡ ମେମ୍ବର ଓ ଗ୍ରାମର ମହିଳା ମାନେ ଯୋଗଦେଇଥିଲେ।ବିଶ୍ୱଯୁବକେନ୍ଦ୍ର ର କାଉନସିଲର ମନସ୍ମିତା ନାୟକ
କାର୍ଯ୍ୟକ୍ରମ ଅବସରରେ ନାରୀ ସଶକ୍ତିକରଣ, ନାରୀ ଅଧିକାର ଏବଂ ସମାଜରେ ମହିଳାମାନଙ୍କ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ମହିଳାମାନେ ନାରୀ ସମ୍ମାନ ଓ ସଶକ୍ତିକରଣକୁ କେନ୍ଦ୍ର କରି କବିତା ପାଠ କରିଥିଲେ। ସେହିପରି ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ, ବିଶେଷ କରି ବାଲ୍ୟ ବିବାହ ଓ ଶିଶୁ ଶ୍ରମିକତା ବିରୋଧରେ ସଚେତନତା ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା।
ଏହି ଅବସରରେ ସମସ୍ତ ଉପସ୍ଥିତ ମହିଳା ମାନେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକତା ରୋକିବା ସହ ଶିଶୁମାନଙ୍କ ସୁରକ୍ଷା ଓ ଶିକ୍ଷାକୁ ସମର୍ଥନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ବିଶ୍ବ ଯୁବ କେନ୍ଦ୍ର ତରଫ ରୁ ଆୟୋଜିତ ହେଇଥିବା କ୍ୟାଣ୍ଡେଲ୍ ରାଲି ରେ ଉପସ୍ଥିତ ଥିବା ସମସ୍ତ ମହିଳା ମାନେ ନିଜ ହାତରେ କ୍ୟାଣ୍ଡେଲ୍ ଧରି ଏକ ସ୍ୱଳ୍ପ ରାଲି କରି ସମାଜରେ ନାରୀ ସମ୍ମାନ ଓ ଶିଶୁ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ।
କାର୍ଯ୍ୟକ୍ରମଟି ସମାଜରେ ନାରୀ ସଶକ୍ତିକରଣ ଓ ଶିଶୁ ଅଧିକାର ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଥିଲା। ସଭା କାର୍ଯ୍ୟକ୍ରମକୁ ପରିଚାଳନା ର ପ୍ରକଳ୍ପ ସହାୟିକା କୁମୁଦିନୀ ସ୍ବାଇଁ, ଜୁଲି ସ୍ୱାଇଁ, ବିଦୁଲତା ଭଞ୍ଜ ଯୋଗ ଦେଇଥିଲେ।
