*୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସ ରେ ସମ୍ବର୍ଦ୍ଧିତ ହେଲେ ୩୦ ଜଣ ଆଦର୍ଶ ଗୃହଣୀ*(କଳାହାଣ୍ଡି.ରମେଶ ଅଗ୍ରୱାଲ.)ଭବାନୀପାଟଣା :ତା ୦୮/୦୩/୨୦୨୬ ଭବାନୀପାଟଣା ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସ ରେ ସମ୍ବର୍ଦ୍ଧିତ ହେଲେ ୩୦ ଜଣ ଆଦର୍ଶ ଗୃହଣୀ | ଆଦର୍ଶ ଗୃହିଣୀ ହେଉଛନ୍ତି ପରିବାରର ମେରୁଦଣ୍ଡ, ଯିଏ ନିଜ ସ୍ନେହ, ତ୍ୟାଗ ଓ ସେବା ଦ୍ଵାରା ଘରକୁ ସ୍ୱର୍ଗ ସଦୃଶ କରିଥାନ୍ତି। ସେ ସମସ୍ତଙ୍କ ଆବଶ୍ୟକତା ପୂରଣ କରିବା ସହ ଶୃଙ୍ଖଳିତ ଜୀବନଯାପନ, ସୁସ୍ଥ ଖାଦ୍ୟପେୟ ଏବଂ ପିଲାମାନଙ୍କୁ ସଂସ୍କାର ଦେଇ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳନ୍ତି। ସେ ଅଧୈର୍ଯ୍ୟ ନ ହୋଇ ପରିବାରର ସୁଖ ପାଇଁ ନିଜକୁ ଉତ୍ସର୍ଗ କରନ୍ତି। ଜଣେ ଆଦର୍ଶ ଗୃହିଣୀ କେବଳ ଘରର ଚାରି କାନ୍ଥ ଭିତରେ ସୀମିତ ନଥାନ୍ତି, ବରଂ ସମାଜ ଗଠନରେ ମଧ୍ୟ ସେମାନଙ୍କର ବଡ଼ ଅବଦାନ ଥାଏ। ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ଭବାନୀପାଟଣା ପୌରପାଳିକା ସ୍ତରୀୟ ୩୦ ଜଣ ଆଦର୍ଶ ଦୁହିତା ଙ୍କୁ ସମ୍ବର୍ଦ୍ଧନା କରାଗଲା ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଶିକ୍ଷାବିତ ବ୍ରହ୍ମାନନ୍ଦ ସାମଲ, ପ୍ରଦୀପ କୁମାର ସାହୁ, ଅମର ସିଂ, ଅଶୋକ ଖମାରୀ, ସୀତାକାନ୍ତ କର ଓ ମୀରାବାଇ ପାତ୍ର ସମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସ୍କୁଲ ର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ମୁକୁନ୍ଦ ରେଡ୍ଡୀ, ପ୍ରସନ୍ନ ପଟ୍ଟନାୟକ ଶିକ୍ଷୟିତ୍ରୀ ସରିତା ବେଗେଲ, ଚନ୍ଦ୍ରପ୍ରଭା ମିଶ୍ର, ସମୀକ୍ଷ୍ୟାରାଣୀ ବେହେରା ଭବାନୀ ନାଏକ ସମେତ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ସହଯୋଗ କରିଥିଲେ |
