*ମଇଦାନକେଲ ଠାରେ ହିଂସା ବିରୋଧୀ ଏକତା ଅଭିଯାନ*
ତା 0୬. ୦୩. ୨୦୨୬ରିଖ ଶୁକ୍ରବାର ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ମଇଦାନ କେଲ ଓ ଗ୍ରାହକ କଲ୍ୟାଣ ଏବଂ ଆଇନ ଗତ ଅନୁପାଳନ କମିଶନ (CWLCC) ସହାୟତା ରେ ମଇଦାନ କେଲ ହାଟପଡ଼ିଆ ଠାରେ ଏକଦିବସୀୟ ” ହିଂସା ବିରୋଧୀ ଏକତା ଅଭିଯାନ ” ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶ୍ରୀ ମତୀ ନିଲିମା ଆର ପାତ୍ର ରାଜ୍ୟ ନିର୍ଦେଶକ, ଗ୍ରାହକ କଲ୍ୟାଣ ଏବଂ ଆଇନ ଗତ ଅନୁପାଳନ କମିଶନ (CWLCC), ଶ୍ରୀ ମତୀ ନମିତା ବଳ ସଭାପତି ବସୁଧା ଫାଉଣ୍ଡେସନ, ସମ୍ମାନୀୟ ଅତିଥିଭାବେ ଅଧିବକ୍ତା ସୁଶ୍ରୀ ଜଗଜିତା ଦାଶ ସଭାପତି କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ , ଅଧିବକ୍ତା ରାଜକିଶୋର ଭୂୟାଁ, ଶ୍ରୀ ଭାଗିରଥି ସିଂହ ସରପଞ୍ଚ ମଇଦାନ କେଲ, ଶ୍ରୀ ମତୀ କଳ୍ପନା ମହାନ୍ତ ନାଏବ ସରପଞ୍ଚ ମଇଦାନକେଲ, ଶ୍ରୀ ମତୀ ତପସ୍ୱିନୀ ବଳ ସଭାନେତ୍ରୀ, ଶ୍ରୀ ମତୀ ମୁର୍ଗାବତୀ ବେହେରା ସମାଜସେବୀ, ହିଂସା ବିରୋଧୀ ଅଭିଯାନ ର ନେତ୍ରୀ କଳ୍ପନା ନାଏକ ପ୍ରମୁଖ ଯୋଗଦେଇ ହିଂସା ବିରୋଧୀ ଏକତା ଅଭିଯାନ ଉପରେ ଆଲୋକପାତ କରିଥିଲେ l ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ, ଫଳଚାରା ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ “ମା ତାରିଣୀ” ଙ୍କୁ ଅତିଥି ମାନେ ଧୂପଦୀପ ପ୍ରଦାନ କଲା ପରେ ହାଟପଡ଼ିଆ ରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ” ହିଂସା ବିରୋଧୀ ଏକତା ଅଭିଯାନ ” ରାଲି ବିଭିନ୍ନ ଗ୍ରାମ ପରିକ୍ରମା କରି ହାଟ ପଡିଆ କୁ ଫେରିଆସିଥିଲା l ” ମା ଭଉଣୀ ଏକ ହୁଅ, ମହିଳା ହିଂସା ଦୁରେଇ ଦିଅ “, “ଅଜକା ନାରୀ କୈସେ ହେଁ, ଝାନ୍ସୀ ରାଣୀ ଜୈସେ ହେଁ “, “ଆଜିର ନାରୀ କେମିତି, ତୁଳସୀ ମୁଣ୍ଡା ଯେମିତି “, ଭଳି ହିଂସା ବିରୋଧୀ ସ୍ଲୋଗାନ ମହିଳା ମାନେ ଦେଇଥିଲେ l ଓଡିଶା ଗାନ୍ଧୀ ବିଚାର ପରିଷଦ ର ସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମାନବସମ୍ବଳ ଭାବରେ ଯୋଗଦେଇ ଗାନ୍ଧିଜୀଙ୍କ ଅହିଂସା ବିଚାର, ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ -୨୦୦୫, ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬, ଯୌନ ଅପରାଧରୁ ଶିଶୁମାନଙ୍କ ର ସୁରକ୍ଷା ଆଇନ – ୨୦୧୨, କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ ଆଇନ -୨୦୧୩, ଯୌତୁକ ବିରୋଧ ଆଇନ, ଭୃଣ ନିରୂପଣ ନିଷେଧ ଆଇନ, କିଶୋର ନ୍ୟାୟ ( ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ) ଅଧିନିୟମ – ୨୦୧୫ ଇତ୍ୟାଦି ପ୍ରଶ୍ନଉତ୍ତର ମାଧ୍ୟ୍ୟମରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମ ରେ ସତ୍ୟଜିତ ମିଶ୍ର, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ସମ୍ପାଦିକା ଶ୍ରୀ ମତୀ ରଞ୍ଜୁଲତା ମହାନ୍ତ , ସଭାପତି ଶ୍ରୀ ସୁଶାନ୍ତ କୁମାର ମହାନ୍ତ, ଉପସଭାପତି ଶ୍ରୀ ମତୀ କାଞ୍ଚନ ବାଳା ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ l କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ବସୁଧା ଫାଉଣ୍ଡେସନ, ଆନ୍ତରିକ୍ଷ ଫାଉଣ୍ଡେସନ, ଜନ ଚେତନା ଫାଉଣ୍ଡେସନ, ସିନ୍ଦୁର ଗୌରୀ ବନଧନ ବିକାଶ କେନ୍ଦ୍ର, ସ୍ୱସ୍ତି ଫାଉଣ୍ଡେସନ, ନେସନାଲ ୟୁଥ ଫାଉଣ୍ଡେସନ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟl ଓ ବିଦ୍ୟାଳୟ ର ୪୦୦ ରୁ ଉର୍ଦ୍ଧ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ର ରେ ସ୍ୱାବଲମ୍ବୀ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ ନିର୍ଦେଶିକା ଶ୍ରୀ ମତୀ ନିଲିମା ଆର ପାତ୍ର ୩୦ ରୁ ଉର୍ଦ୍ଧ୍ୱ ଅଂଶ ଗ୍ରହଣକାରୀଙ୍କ ଠାରୁ ସିଧା ସଳଖ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ l ଶେଷରେ ଶ୍ରୀ ମତୀ ସେବତୀ ମହାକୁଡ଼ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ l
