
ଗ୍ରୀଷ୍ମ ଋତୁ ଆରମ୍ଭ ନ ହଉଣୁ ଦେଖା ଗଲା ଜଳ ସଙ୍କଟ । ପିଇବା ପାଣି ପାଇଁ ଯିବାକୁ ପଡୁଛି ଏକ କି:ମି ବାଟ ବଣା ହେଲା ବସୁଧା ଯୋଜନା
ଗଜପତି ( ଟିକି ଲିମା)
ଜଳ ବିନା ବଞ୍ଚିବା ଅସମ୍ଭବ ହେଲେ ପ୍ରତି ଘର କୁ ଘର ପାଣି ଯୋଗାଇବା ପାଇଁ ସରକାର ସହ ସହ କୋଟି ବ୍ୟୟ ଅଟକଳ ମଞ୍ଜୁରୀ କରୁଛନ୍ତି। କିନ୍ତୁ ତାହା ସଫଳ ରୂପାୟନ ହେବା ପ୍ରତିବର୍ତ୍ତେ ବାଟ ବଣା ହୋଇଯାଇଛି। ଏହା ସମ୍ପୂର୍ଣ ପ୍ରତିଫଳିତ ହୋଇଛି ଗୁମ୍ମା ବ୍ଲକ ଉଖୁରା ପଞ୍ଚାୟତ ସ୍ଥିତ ଗମାଙ୍ଗ ସାହିରେ। ଏହି ସାହିରେ ବସବାସ କରନ୍ତି ୨୦ ରୁ ଉର୍ଦ୍ଧ ପରିବାର। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ ଏମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଏ କାରଣ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହୋଇଯାଆନ୍ତି। ସାହିରେ କୌଣସି ପିଇବା ପାଣିର ବ୍ୟବସ୍ଥା ନାହିଁ। ଗାଧୋଇବା ଓ ଲୁଗା ସଫା କରିବା ତ ଦୂରର କଥା। ପୂର୍ବରୁ ଗ୍ରାମ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପାହାଡ଼ରୁ ଝରଣା ପାଣି ଆଣି ଗଛିତ କରି ସାହିରେ ଯୋଗାଇବା ବ୍ୟବସ୍ଥା କରିଥିଲା । କିନ୍ତୁ ଖରା ଦିନ ଆସୁ ଆସୁ ଝରଣା ଶୁଖି ଯାଉଛି ପାଣି ଆସୁନି ସେହିପରି ଗୋଟିଏ ନଳକୂପ ଅଛି ତାହା ମଧ୍ୟ ଅଚଳ ସେଥିରେ ଗୋଳିଆ ପାଣି ବାହାରୁଛି। କିଛି ବିକଳ୍ପ ନଥିବା ହେତୁ ସାହି ବାସୀ ବାଧ୍ୟହୋଇ ପାଣି ଆଣିବାପାଇଁ ଏକ କିଲୋ ମିଟର ଯାଇ ଏକ କୂଅ ରେ ଲୁଗା ସଫା, ଗାଧୁଆ ସାରି ରୋଷେଇ ଏଵଂ ପିଇବା ପାଇଁ ସେହିଠାରୁ ପାଣି ଆଣନ୍ତି। ଦୁଃଖର ବିଷୟ ବୁଢାବୁଢୀ ଓ ବିକଳାଙ୍ଗ ଏତେ ବାଟ ଯାଇ ପାରନ୍ତି ନାହିଁ। ତେଣୁ ସାହି ପଡିଶା ତାଙ୍କୁ ଗୋଟିଏ ହାଣ୍ଡି ପାଣି ଆଣିଦେଲେ ତାହାହିଁ ସେମାନେ ବ୍ୟବହାର କରନ୍ତି। କୌଣସି ଜନ ପ୍ରତିନିଧି କି କୌଣସି ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ପଡ଼ି ନଥିବାରୁ ଗମାଙ୍ଗ ସାହି ବାସିନ୍ଦା ବିଧାୟକଙ୍କୁ ଲିଖିତ ଆକାରେ ଅଭିଯୋଗ ଜଣାଇଥିଲ। ବିଧାୟକ ଗୁମ୍ମା ବି ଡି ଓ ଙ୍କୁ ଦେଖା କରିବାପାଇଁ ସୁପାରିଶ କରିଥିଲେ। ହେଲେ ଏମାନେ ଦୁଇ ଦୁଇ ଥର ବ୍ଲକ କୁ ଆସି ବିଡ଼ିଓ ଙ୍କୁ ଦେଖାକରିବାକୁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ ବିଡ଼ିଓ ଙ୍କ ଦେଖା ମିଳିନଥିଲା। ଯଦି ତୁରନ୍ତ ଉଖୁରା ଗ୍ରାମର ଗମାଙ୍ଗ ସାହିରେ ପାଣି ଯୋଗାଇବାର ସୁବିଧା ନ କରାଯାଏ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ଗମାଙ୍ଗ ସାହିର ଆମରଜିତ ଗମାଙ୍ଗ, ଅଜିଅ ଗମାଙ୍ଗ, ସୁମନରାଣୀ ଶବର, ଜୁନିତା ଗମାଙ୍ଗ ଓ ଈଗାନ ଗମାଙ୍ଗ ଚେତାବନୀ ଦେଇଛନ୍ତି।
