ସ୍ୱାଧୀନତା ଦିବସ ଅବସରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ନେଇ କଳାହାଣ୍ଡି କଲେଜ ଅଫ୍ ଆର୍ଟ ଆଣ୍ଡ ରିସର୍ଚ୍ଚ ପରିସରରେ ଗତକାଲି ଏକ ବିଶେଷ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ADM ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ DCO ବିବେକାନନ୍ଦ ମହାନନ୍ଦ, Assistant Collector ଦିନେଶ କାହାର, DIPRO ଅବିନାଶ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ Dr ଅଜୟ ମିଶ୍ର, ମୁକୁନ୍ଦ ରେଡ୍ଡୀ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଅକ୍ଷୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପ୍ରଦର୍ଶିତ ଚିତ୍ରକଳାଗୁଡ଼ିକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ଶିଳ୍ପୀମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଏବଂ କଳା ମାଧ୍ୟମରେ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଉତ୍ସାହିତ କରିଥିଲେ।
ଏହି କର୍ମଶାଳାରେ କଳାହାଣ୍ଡିର ବିଶିଷ୍ଟ ଚିତ୍ରଶିଳ୍ପୀ ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀ ମିଶି ଜଳରଙ୍ଗ ଓ ଏକ୍ରିଲିକ୍ ମାଧ୍ୟମରେ ବିଭିନ୍ନ ଦେଶଭକ୍ତିମୂଳକ ଚିତ୍ର ଅଙ୍କନ କରିଥିଲେ। ସେମାନେ ନିଜ ନିଜ କଳାକୃତି ଜରିଆରେ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗାର ଗୌରବକୁ ସୁନ୍ଦର ଭାବେ ପ୍ରକାଶ କରିଥିଲେ।
କଲେଜର ଅଧ୍ୟକ୍ଷ ଚିନ୍ତୁ ପ୍ରସାଦ ନାଏକ, ଅଧ୍ୟାପକ ଥବୀର ପ୍ରସାଦ ଯାଦବଙ୍କ ସମେତ ବିଶିଷ୍ଟ ଚିତ୍ରଶିଳ୍ପୀ ଅନୂପ କୁମାର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ମନୋଜ କୁମାର ରାଉତ, ତରୁଣ ମହାପାତ୍ର, ସଂଗ୍ରାମ କେଶରୀ ସରଫ, ରଘୁନାଥ ଠାକୁର, କ୍ଷୀରସିନ୍ଧୁ ଭୋଇ, ମାନସ ପଣ୍ଡା, ଭୀମସେନ ବିଶ୍ୱାଳ, ମୀନା ବେମାଲ, ତପନ ଛତ୍ରିଆ, ହରି ସାହୁ, ଲିଙ୍ଗରାଜ ସାହୁ, ସାମନ୍ତ ସୁନାନୀ, କଲେଜର ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମର ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
