*ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ ନୂଆପଡା ଶାଖା ତରଫରୁ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ସଭା ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ପ୍ରକୃତିର ଅମୂଲ୍ୟଦାନ ରୂପେ ଜଙ୍ଗଲ ପ୍ରାଣୀ ଜଗତର ଆମ ମହୋପକାର ସାଧନର ମୂଳହେତୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଏହାର ସୁରକ୍ଷା ଏକାନ୍ତ ଆବଶ୍ୟକ । ଜାତୀୟ ଜଙ୍ଗଲ ନୀତି ଅନୁଯାୟୀ । ଦେଶରେ ୩୩.୩ ଭାଗ ଜଙ୍ଗଲ ରହିବା କଥା । ମାତ୍ର ପ୍ରକୃତରେ ଅଛି ୨୨.୭ଭାଗରୁ କମ୍ । ତେଣୁକରି ପରିବେଶ ସନ୍ତୁଳନ କରିବା ପାଇଁ ଜଙ୍ଗଲ ର ସୁରକ୍ଷା ଅତି ଜରୁରୀ ଅଟେ।ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ଜଙ୍ଗଲ ରହିଲେ ଆମର ମଙ୍ଗଳ ହେବ।ଏହା ଆମର ସମସ୍ତଙ୍କର ଦାୟିତ୍ୱ ଅଟେ। ଏହି ମର୍ମ କୁ ଅନୁଭବ କରି ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ ନୂଆପଡା ଶାଖା ତରଫରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇଁଷାଦାନୀ ଗ୍ରାମପଞ୍ଚାୟତ ସ୍ଥାନିୟ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟିକୁ WJI ନୂଆପଡା ଜିଲ୍ଲା ସଭାପତି ଅନୀଲ କୁମାର ପାଣିଗ୍ରାହୀ ଙ୍କ ଅନୁପସ୍ଥିତରେ WJI ଜିଲ୍ଲା ପ୍ରଭାରୀ ତଥା WJI ରାଜ୍ୟ ସମ୍ପାଦକ ବିଶିକେଶନ ପଣ୍ଡା ଙ୍କ ତତ୍ୱାବଧାନରେ WJI ଜିଲ୍ଲା ଉପ ସଭାପତି ସତୀଶ ଯୋଶୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ WJI ନୂଆପଡା ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦଳପତି, ତେଜୁରାମ ନାଏକ WJI କୋମନା ବ୍ଲକ ସଭାପତି, ଲମ୍ବୋଦର ବାଗ ସଦସ୍ୟ ଉପସ୍ଥିତ ଥିଲେ. ତତ ସହିତ ଏହି ଗ୍ରାମର ବୁଦ୍ଧିଜୀବୀ, ବୈଜ୍ୟେଷ୍ଠ ମହିଳା ଓ ପୁରୁଷ, ଯୁବକ ସ୍ବେଛାସେବୀମାନେ ଉପସ୍ଥିତ ରହି ଥିଲେ। ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରବଳ ଖରା ଅନୁଭୁତ ହେଲାଣି। ଏହି ସମୟରେ କିଛି ଅସାମାଜିକ ଲୋକ ମହୁଲ, ଚାର, କେନ୍ଦୁ ସଂଗ୍ରହ କରିବା ପାଇଁ ଗଛ ତଳେ ନିଆଁ ଲଗାଇ ଦେଇଥାନ୍ତି।ଚାଷ ଜମିକୁ ନିଆଁ ଲଗାଇ ଲଟା ବୁଦା ସଫା କରୁଛନ୍ତି । ଫଳରେ ନିଆଁ ଜଙ୍ଗଲରେ ଲାଗି ଯାଉଛି | ଯାହା ଫଳରେ ଜଙ୍ଗଲର ଛୋଟ ଗଛ ଲତା ସାଂଗକୁ ତଳେ ପଡ଼ିଯାଇଥିବା ମଞ୍ଜି ପୋଡ଼ି ନୂତନ ଗଛଲତା ସୃଷ୍ଟି ହେବାରୁ ବାଧକ ସୃଷ୍ଟି ହୋଇ ବନ୍ୟପଶୁ ପକ୍ଷୀ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ଯୋଗୁଁ ଅନେକ ମୂଲ୍ୟବାନ ଗଛ, ବନ୍ୟ ଜାତ ଦ୍ରବ୍ୟ, ଔଷଧୀୟ ବୃକ୍ଷ ଏବଂ ବନ୍ୟଜନ୍ତୁ, ପଶୁ ପକ୍ଷୀ ନିଆଁ ରେ ଜଳି ନଷ୍ଟ ହୋଇଯାଇଛି। ଏହା ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ ବର୍ଷା ହେଉନାହିଁ.। ବିଶୁଦ୍ଧ ଅମ୍ଳଜାନଆମକୁ ମିଳୁନାହିଁ। ଜଙ୍ଗଲ ରେ ନିଆଁ ନ ଲଗାଇବା ନେଇ ପ୍ରଶାସନ, ବିଭିନ୍ନ ସଂଗଠନ ତରଫରୁ ବିଭିନ୍ନ ସମୟରେ ସଚେତନତା କରାଯାଉଛି ହେଲେ ଅମାନିଆମାନେ ବୁଝି ନ ପାରି ନିଆଁ ଲଗାଇ ଛାଡ଼ି ଦେଉଥିବାରୁ ବିଭିନ୍ନ ଅଂଚଳ ରେ ନିଆଁ ଲାଗି ରହୁଛି. ଉପସ୍ଥିତ ଜନସାଧାରଣ ଙ୍କୁ WJI ରାଜ୍ୟ ସମ୍ପାଦକ ବିଶିକେଶନ ପଣ୍ଡା ଉତ୍ତମ ଭାବରେ ମାର୍ଗ ଦର୍ଶନ କରିଥିଲେ. ତତ ସହିତ ଉପସଭାପତି ମହୋଦୟ ମଧ୍ୟ ଜଙ୍ଗଲ ସୁରକ୍ଷା କରିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ।ସେଥିପାଇଁ ଜଙ୍ଗଲ ସୁରକ୍ଷା ପାଇଁ WJI ନୂଆପଡା ଜିଲ୍ଲା ଶାଖା ତରଫରୁ ଏହି ଭଳି କାର୍ଯ୍ୟକ୍ରମ ମାନ ଆୟୋଜନ କରୁଥିବାରୁ ଅଂଚଳ ବାସୀ ଓ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଉଛି।
