*ନିଆଁ ଲିଭାଇ ପ୍ରଶଂସାର ପାତ୍ର ହେଲେ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଅଫ ଇଣ୍ଡିଆ ନୂଆପଡା ଶାଖାର ସାମ୍ବାଦିକବୃନ୍ଦ ।*
ନୂଆପଡ଼ା (ମିଖାଏଲ ନନ୍ଦ)
ତା ୦୭/୦୩
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଁଷା ଦାନୀ ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମକୁ ୱର୍କିଁ ଜର୍ଣଲିଷ୍ଟ ଅଫ ଇଣ୍ଡିଆ ନୂଆପଡ଼ା ଶାଖାର କିଛି ସାମ୍ବାଦିକ ବନ୍ଧୁ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ବାର୍ତ୍ତା ଦେବାପାଇଁ ଏକ ସଭା କୁ ଯାଇଥିଲେ. ସେହିଠାରୁ ଭଇଁଷାଦାନୀ ଗ୍ରାମ ଠାରୁ ଧୋବେଇ ରାସ୍ତା ନିକଟସ୍ଥ ଜଙ୍ଗଲ ଜମିରେ ନିଆଁ ଲାଗି ଥିବା ଦେଖିବାକୁ ପାଇଥିଲେ। ବିଶିକେଶନ ପଣ୍ଡା WJI ରାଜ୍ୟ ସମ୍ପାଦକ, ଦିଲ୍ଲୀପ ଦଳପତି WJI ନୂଆପଡା ଜିଲ୍ଲା ସମ୍ପାଦକ, ସତୀଶ ଯୋଶୀ WJI ନୂଆପଡା ଜିଲ୍ଲା ଉପ ସଭାପତି, ତେଜୁରାମ ନାଏକ WJI କୋମନା ବ୍ଲକ ସଭାପତି, ଲମ୍ବୋଦର ବାଗ WJI ବୋଡେ଼ନ ସଦସ୍ୟ ସମସ୍ତେ ତୁରନ୍ତ ବାଇକାରୁ ଓହ୍ଲାଇ ନିଆଁ କୁ ଏକ ଗଛର ଡାଳ ଭାଙ୍ଗି ଲିଭେଇବାରେ ସମର୍ଥ ହୋଇଥିଲେ. ପ୍ରାୟ ୧୦ ରୁ ୨୦ ମିନିଟ ଧରି ପରିଶ୍ରମ କଲା ପରେ ନିଆଁ ନିୟତ୍ରଣ ହୋଇଥିଲା। କେହି ଜଣେ ଅଜଣା ଦୁର୍ବୁତ୍ତ ଏହି ନିଆଁ ଲଗାଇଥିବା ଜଣା ପଡିଛି। ବାରମ୍ବାର ଜଙ୍ଗଲ ବିଭାଗ ର ସଚେତନତା, ବିଭିନ୍ନ ସଂଗଠନ ମାନଙ୍କର ସଚେତନତା ବାର୍ତ୍ତା ସତ୍ତ୍ୱେ ଅସାମାଜିକ ବ୍ୟକ୍ତି ମାନେ ଜଙ୍ଗଲ ରେ ନିଆଁ ଲଗେଇ ଦେଉଛନ୍ତି।ଗ୍ରୀଷ୍ମ ଋତୁ ଆରମ୍ଭରୁ ପ୍ରବଳ ଖରା ଅନୁଭୁତ ହେଲାଣି। ଏହି ସମୟରେ କିଛି ଅସାମାଜିକ ଲୋକମାନେ ମହୁଲ, ଚାର, କେନ୍ଦୁ ସଂଗ୍ରହ କରିବା ପାଇଁ ଗଛ ତଳେ ନିଆଁ ଲଗାଇ ଦେଉଛନ୍ତି । ଫଳରେ ନିଆଁ ଜଙ୍ଗଲରେ ଲାଗି ଯାଉଛି | ଯାହା ଫଳରେ ଜଙ୍ଗଲର ଛୋଟ ଗଛ ଲତା ସାଂଗକୁ ବନ୍ୟପଶୁ ପଶୁପକ୍ଷୀ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ଯୋଗୁଁ ଅନେକ ମୂଲ୍ୟବାନ ଗଛ, ବନ୍ୟ ଜାତ ଦ୍ରବ୍ୟ, ଔଷଧୀୟ ବୃକ୍ଷ ଏବଂ ବନ୍ୟଜନ୍ତୁ, ପଶୁ ପକ୍ଷୀ ନିଆଁ ରେ ଜଳି ପୋଡ଼ି ନଷ୍ଟ ହେଉଛନ୍ତି। ଏହା ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ ବର୍ଷା ହେଉନାହିଁ.। ବିଶୁଦ୍ଧ ଅମ୍ଳଜାନ ଆମକୁ ମିଳୁନାହିଁ।ଏହା ଯୋଗୁଁ ଠିକ ସମୟରେ ବର୍ଷା ହେଉନାହିଁ।
ତେଣୁକରି ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ। ଜଙ୍ଗଲ ସୁରକ୍ଷା ରହିଲେ ଆମ ପ୍ରାଣୀ ଜଗତର ମଙ୍ଗଳ ସାଧିତ ହୋଇପାରିବ। ଏଥିପାଇଁ ଜଙ୍ଗଲ ବିଭାଗ ଓ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସଚେତନ ବାର୍ତ୍ତା ଜନସାଧାରଣ ମାନଙ୍କୁ ବାରମ୍ବାର ପ୍ରଦାନ କରିବା ଆବଶ୍ୟକ ରହିଛି। ତେଣୁକରି ଜଙ୍ଗଲ ସୁରକ୍ଷା ପାଇଁ WJI ନୂଆପଡା ଜିଲ୍ଲା ଶାଖା ତରଫରୁ ଅଣ୍ଟା ଭିଡା ଯାଉଥିବା ଦେଖିବାକୁ ମିଳିଛି । ଫଳରେ WJI ର ସମସ୍ତ କାର୍ଯ୍ୟକର୍ତାଙ୍କ ଏହି ଭଳି ମହତ କାର୍ଯ୍ୟପାଇଁ ଅଂଚଳ ବାସୀ ଓ ବୁଦ୍ଧିଜୀବି ମହଲରେ ପ୍ରଶଂସା ର ସୁଅ ସୁଟୁଛି।
