ମା ଅମ୍ବିକା ସେବାଶ୍ରମ ର ଶତାଧିକ ଛାତ୍ର ଛାତ୍ରୀ ପାଳିଲେ ହୋଲି ଉତ୍ସବ ।
ଜଗତସିଂହପୁର(ନି.ପ୍ର):ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ସିଦ୍ଧଳ ବଟବିହାର ସ୍ଥିତ ମା ଅମ୍ବିକା ଅନୁସୂଚିତ ଜାତି ଜନଜାତି ସେବାଶ୍ରମର ଶହ ଶହ ଛାତ୍ର ଛାତ୍ରୀ, ପରିଚାଳନା କମିଟି ସଦସ୍ୟ , ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳିତ ଭାବରେ ଆନନ୍ଦ ଉଲ୍ଲାସ ରେ ହୋଲି ଉତ୍ସବ ମହାସମାରୋହ ରେ ପାଳନ କରିଛନ୍ତି । ଏହି ଉପଲକ୍ଷେ ସେବାଶ୍ରମ ର ପ୍ରତିଷ୍ଠାତା ସମାଜସେବୀ ନାରାୟଣ ଦାସ, ପୂର୍ବତନ ପରିଚାଳନା କମିଟି ସମ୍ପାଦକ ଶ୍ରୀବତ୍ସ ସାମନ୍ତରାୟ , ପରିଚାଳନା କମିଟି ସଭାପତି ସମାଜସେବୀ ପ୍ରସନ୍ନ କୁମାର ସାମନ୍ତରାୟ , ସମ୍ପାଦକ ସନ୍ତୋଷ ସାମନ୍ତରାୟ, ସେବାଶ୍ରମ ପ୍ରଧାନ ଶିକ୍ଷୟତ୍ରୀ ସୁଶାନ୍ତି ଦାସ ଓ ପରିଚାଳନା କମିଟି ସଦସ୍ୟ ନିରଞ୍ଜନ ମଲ୍ଲିକ, ପ୍ରମୁଖ ଯୋଗଦେଇ ହୋଲି ଉତ୍ସବ ର ପୌରାଣିକ ଓ ସାମାଜିକ ପ୍ରଥା ସମ୍ପର୍କ ରେ ଉଦବୋଧନ ଦେବାପରେ ଅଭିର ଓ ଅନ୍ୟାନ୍ୟ ରଙ୍ଗ ରେ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାଚ ଗୀତ ରେ ସେବାଶ୍ରମ ପରିସର ଆନନ୍ଦ ଉଲ୍ଲାସରେ ମୁଖରିତ ହୋଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ରେ ସେବାଶ୍ରମ ର ସମସ୍ତ ଗୁରୁଜୀ, ଗୁରୁମା ଓ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ |
