
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଏମ୍ ଆର ଆଇ ସୁବିଧା ଯୋଗାଇବା ପାଇଁ ବିଧାନ ସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଦାବି ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ।
ଗଜପତି (ଟିକି ଲିମା)
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଓ ଏମ୍ ଆର ଆଇ ସୁବିଧା ଯୋଗାଇବା ପାଇଁ ବିଧାନ ସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଦାବି ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ଏଥିସହ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସଙ୍କ ନିଯୁକ୍ତି ସହ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି, ସମସ୍ତ ଜିଲ୍ଲା ମଧ୍ୟରେ ଏକମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବବ୍ୟବଚ୍ଛେଦ ହେଉଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଦୂର ଦୂରାନ୍ତରୁ ଶବ ବ୍ୟବଚ୍ଛେଦ ପାଇଁ ନେବା ଆଣିବା ବହୁ କଷ୍ଟକର ହୋଇ ପଡୁଛି। ଏଣୁ ଜିଲ୍ଲାର ଚନ୍ଦ୍ରଗିରି ଓ ଖଜୁରୀପଦା ଠାରେ ନୂତନ ଶବବ୍ୟବଚ୍ଛେଦ ଗାର ଖୋଲିବା ସହ ଆବଶ୍ୟକ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡ଼ି ଏବଂ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଠାରେ ଆବଶ୍ୟକ ଅନୁସାରେ ଡାକ୍ତର ଓ ନର୍ସଙ୍କ ଘୋର ଅଭାବ ରହିଛି। ଗୁରୁତ୍ୱପୂର୍ଣ୍ଣ ବିଭାଗର, ଏପରିକି ଶିଶୁ ଓ ମହିଳା, ଅସ୍ଥିଶଲ୍ୟ, ମେଡିସିନ ଭଳି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ। ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇ ପଡ଼ିଥିବା ବେଳେ ମରାମତି ପାଇଁ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇନଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ମରାମତି କରିଥିଲେ ବିଧାୟକ। ଏଠାରେ ବିଶେଷଜ୍ଞ ଡାକ୍ତର ସହ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ ଅଫିସରଙ୍କ ଅଭାବରୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସେଇଭଳି ଗୁମ୍ମା, କାଶୀନଗର, ଗୁରାଣ୍ଡି ଠାରେ ମିଶନ ଶକ୍ତି କ୍ୟାଫେ ଓ ମିଶନ ଶକ୍ତି ବଜାର ନିର୍ମାଣ କରିବାକୁ ଦାବି ରଖିଥିଲେ ବିଧାୟକ
