ଜାତୀୟ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ଜାତୀୟ ସେବା ଯୋଜନା କେନ୍ଦ୍ରୀୟ ନିରିକ୍ଷଣ ମଣ୍ଡଳୀର ସଦସ୍ୟ ମନୋନୀତ
ଭବାନୀପାଟଣା:(କିଶନ ଶର୍ମା)-୨/୩ ଭାରତ ସରକାରଙ୍କ ଜାତୀୟ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ, ନୂଆ ଦିଲ୍ଲୀ ଦ୍ୱାରା ଜାତୀୟ ସେବା ଯୋଜନା ନିରିକ୍ଷଣ ଓ ଉନ୍ନତିକରଣ ତଥା ପୋଟାଲ୍ ନିର୍ମାଣ କେନ୍ଦ୍ରୀୟ ମଣ୍ଡଳୀରେ ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ମନୋନୀତ ହୋଇଛନ୍ତି। ସେ ଆଞ୍ଚଳିକ ନିର୍ଦ୍ଦେଶାଳୟ ଜାତୀୟ ସେବା ଯୋଜନା ଭୁବନେଶ୍ୱର ଦ୍ୱାରା ପ୍ରସ୍ତାବିତ ହୋଇ ଏହି କେନ୍ଦ୍ରିୟ ମଣ୍ଡଳିରେ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ସର୍ବ ମୋଟ୍ ୨୫ ଜଣ ଜାତୀୟ ସେବା ଯୋଜନାର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ନେଇ ଏହି ନିରିକ୍ଷଣ ତଥା କାର୍ଯ୍ୟକ୍ରମ ମଣ୍ଡଳୀ ସ୍ଥାନୀତ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାରୁ ଜଣ ମାତ୍ର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି। ଜାତୀୟ ସେବା ଯୋଜନା ପ୍ରତି ଶ୍ରୀ ଦାଶଙ୍କ କାର୍ଯ୍ୟଦକ୍ଷତା ଏବଂ ଭାରତ ସରକାରଙ୍କ ଜାତୀୟ ଯୁବ ଓ କ୍ରୀଡାମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମରେ କରିଯାଇଥିବା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମନୋନୀତ ହୋଇଛନ୍ତି। ଏଥିପାଇଁ ସେ ଜାତୀୟ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ତଥା ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ, ଯୁବ ଅଧିକାରୀ ଏସ୍. କବିର, ଅଜିତ ଖୁସୱା ଓ ଅନ୍ୟାନ୍ୟ ଅଧିକାରୀ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏବଂ ଅନ୍ୟାନ୍ୟ ଅଧ୍ୟାପକ କର୍ମଚାରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କର ଏହି ମନୋନୟନ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ କରିବ ବୋଲି ସେ ଖୁସିବ୍ୟକ୍ତ ହେବା ସହ ମତବ୍ୟକ୍ତ କରିଛନ୍ତି।
