*ସିନାପାଲି କପଶି ଠାରେ ଆନ୍ତ ରାଜ୍ୟ ଅମ୍ପାୟର ଏବଂ ଭାଷ୍ୟକାରଙ୍କ କ୍ରିକେଟ୍ ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି କାପସି ସ୍ଥିତ ମଣ୍ଡି ପଡିଆ ପରିସରରେ ଆନ୍ତ ରାଜ୍ୟ ଅମ୍ପାୟର ଏବଂ ଭାଷ୍ୟକାରଙ୍କ କ୍ରିକେଟ୍ ଦ୍ଵିତୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସଭାପତି ଥବିର ଦୀପ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡି ଉପସ୍ଥିତ ରହି ସଂଗଠନର ଉଜ୍ଜଳ ଭବିଷ୍ୟତ କାମନା ସହ ଅଞ୍ଚଳର କ୍ରିକେଟ ପ୍ରେମୀଙ୍କ ପାଇଁ ତାଙ୍କ ସହାୟତା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ସାଗର ସମ୍ମାନୀତ ଅତିଥି ଭାବେ ତଥା ଓସିଏ ପେନାଲ ଅମ୍ପାୟର ଚୂଡ଼ାମଣି ପାଢ଼ୀ ଓ ତେଜନ ଦୁର୍ଗା, ବରିଷ୍ଠ ଅମ୍ପାୟର ବସନ୍ତ ଶବର, ଭାଷ୍ୟକାର ବିନୟ ସାହୁ, ସମ୍ପାଦକ ସହ ସମ୍ପାଦକ ସୌରି ସାହୁ ଏବଂ ସଞ୍ଜୟ ମେହେର, ବରିଷ୍ଠ କ୍ରିକେଟ ବିଶେଷଜ୍ଞ ପଦ୍ମନ ବିଶି ମଞ୍ଚାସୀନ ଥିବା ବେଳେ ବୁଦ୍ଧଦେବ ମେହେର ଉପସ୍ଥିତ ଥିଲେ । ଓଡ଼ିଶା ସହ ପଡୋଶୀ ଛତିଶଗଡରୁ ଶତାଧିକ ଅମ୍ପାୟର ଏବଂ ଭାଷ୍ୟକାର ଉପସ୍ଥିତ ଥିଲେ। ଭାଷ୍ୟକାର ତଥା ଉପସଭାପତି ନରେନ୍ଦ୍ର ନାଏକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଭାଷ୍ୟକାର ଦଳ ୧୧ ରନ ରେ ଅମ୍ପାୟର ଦଳକୁ ପରାସ୍ତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକ ସିନାପାଲିରୁ ନରେଶ ମାଝୀ, ପୟୋଜ କଶ୍ୟପ, ବିନ୍ଦୁସାଗର ମେହେର, ବିକାଶ କଶ୍ୟପ ଗୁରୁ ଦାୟିତ୍ଵ ବହନ କରିଥିବା ବେଳେ ଅଜୟ ବାଗ, ଧନଞ୍ଜୟ ମେହେର, ମଦନ ଘିଭେଲା, ପରମେଶ୍ବର ମେହେର, ବିଦ୍ୟାଧର ସା ପ୍ରମୁଖ ବିଶେଷ ସହଯୋଗ ପ୍ରଦାନ କରିଥିଲେ।
