କୁମାର ପାଣି ଉଚ୍ଚ ବିଦ୍ୟାଳୟ ରେ ଶିଶୁସେବିକା ନିଯୁକ୍ତି ରେ ଅନିୟମିତତା ।
ସରକାରୀ ନିୟମ କୁ ଫୁ…….
ଶେରଗଡ଼: ଶେରଗଡ଼ ବ୍ଲକ, କୁମାର ପାଣି ପଞ୍ଚାୟତ, କୁମାର ପାଣି ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ ରେ ଶିଶୁ ସେବିକା ନିଯୁକ୍ତି ରେ ଆସିଛି ସାଙ୍ଘାତିକ ଅଭିଯୋଗ। କିଛି ଦିନ ତଳେ ସରକାର ଙ୍କ ନିୟମ ଅନୁସାରେ ବାଟିକା ଶିଶୁ ଙ୍କ ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟ ରେ ଶିଶୁ ସେବିକା ନିଯୁକ୍ତି ପାଇଁ ବିଜ୍ଞାପନ ଜାରି ହୋଇ ଥିଲା। ତାହାର ନିର୍ଦ୍ଦେଶାବଳି ଅନୁସାରେ ଉଲ୍ଲେଖ ଅଛି ଯେ କମିଟି ଙ୍କ କୌଣସି ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ଏହି ପୋଷ୍ଟ ରେ ରହି ପାରିବେ ନାହିଁ କିନ୍ତୁ ଏହି ସରକାରୀ ନିୟମ କୁ ଫୁ କରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଏବିଇଓ ଜାଣି ମଧ୍ୟ କିପରି ଭାବରେ କମିଟି ଙ୍କ ସମ୍ପର୍କୀୟ ଙ୍କୁ ନିଯୁକ୍ତି ଦେଇଥିଲେ । ଅପର ପକ୍ଷେ ଅନ୍ୟ ଜଣେ ଆଶାୟୀ ଭୁବନେଶ୍ୱରୀ ଜେନା ମଧ୍ୟ ସେହି ପୋଷ୍ଟ ଲାଗି ଆବେଦନ କରିଥିଲେ, କିନ୍ତୁ ବିଭିନ୍ନ ଆଳ ଦେଖେଇ ଭୁବନେଶ୍ଵରୀ ଙ୍କୁ ବଞ୍ଚିତ କରାଗଲା। ବଡ଼ ଦୁଃଖର କଥା ଭୁବନେଶ୍ଵରୀ ଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ବେଳେ ନିଯୁକ୍ତି ପାଇଥିବା ସେବିକା ଙ୍କ ଶିକ୍ଷାଗତ ଯୋଗ୍ୟତା ସପ୍ତମ। ଏହି ଭଳି ଘଟଣା କୁ ଶେରଗଡ଼ ଏ ବି ଇ ଓ ଙ୍କ ନିକଟରେ ଅଭିଯୋଗ କରିବାରୁ ସେ ନିରବ ଦ୍ରଷ୍ଟା ସାଜି ମୁଁ କିଛି କରିପାରିବି ନାହିଁ ବୋଲି ମତ ରଖି ରଖି ଥିଲେ। ଏହା ପରେ ଭୁବନେଶ୍ୱରୀ ଡିଇଓ ଙ୍କ ନିକଟକୁ ଅବଗତ ଲାଗି ଯାଇଥିଲେ, ତାଙ୍କର ଅନୁପସ୍ଥିତି ରେ ସେ ଏଡିଇଓ ଙ୍କୁ ଜଣାଇଲେ।ଏହାର କିଛି ଦିନ ପରେ ପୁଣି ଦ୍ଵିତୀୟ ଥର ନିଯୁକ୍ତି ପାଇଁ ବିଜ୍ଞାପନ ତରବରିଆ ଭାବେ ବାହାର କଲେ କାରଣ ଆବଶ୍ୟକ କାଗଜ ପତ୍ର ଯୋଗାଡ ରେ ଅସୁବିଧା ଲାଗି ଏହା ଏକ ଚକ୍ରାନ୍ତ। ତଥାପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା ପୁଣି ଅନ୍ୟ ମାନେ କେହି ନ ଜାଣି ଥିବାରୁ ଏହି ଦୁଇଜଣ ସେଇ ପଦବି ପାଇଁ ନିବେଦନ କଲେ। କିନ୍ତୁ ପୁଣି ଆଳ ଦେଖେଇ ସେହି କମିଟି ଙ୍କ ସଦସ୍ୟ ଙ୍କ ସମ୍ପର୍କୀୟ ଙ୍କୁ ଚୟନ କରାଗଲା। ଯାହାକି ସରକାରଙ୍କ ବିଜ୍ଞପ୍ତି ରେ ପ୍ରକାଶ ପାଇଥିବା ନିୟମ ର ବିରୋଧ ।ଅଭିଯୋଗ କାରୀ ଏହାର ପରିସର ଭୁକ୍ତ ଲାଗି ସୂଚନା ଅଧିକାରବିଭାଗ ଓ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେବେ ବୋଲି କହିଛନ୍ତି। ଯଦି ସରକାର ନ୍ୟାୟ ଦେଇପାରିବେ ନାହିଁ, ତାହାହେଲେ ନିୟମ କାହିଁକି କରୁଛନ୍ତି କାରଣ କିଛି ବୁଝି ହେଉ ନାହିଁ ।ଏହାର ତଦନ୍ତ ଅତି ଶୀଘ୍ର କରାଯାଉ। କମିଟି ଙ୍କ ସମ୍ପର୍କୀୟ ଯଦି ଯୋଗ୍ୟ ହେବେ, ତେବେ କମିଟି ସଦସ୍ୟ , ବିଦ୍ୟାଳୟ କମିଟି ରୁ ବାଦ ପଡ଼ିବା କଥା ତାହା ହୋଇଛି କି ଉଲ୍ଲେଖ କରାଯାଉ। ନଚେତ ପୁଣି ଭୁବନେଶ୍ଵରୀ ଏହାର ପ୍ରତିବାଦ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
