ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା ।
ଯାଜପୁର ତା୨୭.୦୨(ଭଞ୍ଜଦୂତ:ସରୋଜ କୁମାର ଧଳ:ନିପ୍ର)
ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତ ଚଇନିପୁର ଗ୍ରାମ ପଂଚାୟତର କମାଗଡ଼ ଗ୍ରାମ କୀର୍ତନ ମଣ୍ଡପ ଠାରେ ଗତ ତା ୨୪. ୦୨. ୨୦୨୬ ରିଖ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଓ ଅତିଥି ଆଲୋଚକ ଭାବେ ଯଥାକ୍ରମେ ବରିଷ୍ଠ ଦେଓ୍ଵାନୀ ବିଚାରପତି ସତ୍ୟ ପ୍ରକାଶ ରାୟଚୈଉଧୁରୀ,ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ଵତି ସାହୁ ,ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗ ଦେଇ ନାଲସା ଦ୍ବାରା ପରିଚାଳିତ ଆଶା ସ୍କିମ୍ ସହ ଅଣସଗଠିତ ଶ୍ରମିକଙ୍କ ସମସ୍ୟା ତାର ସମାଧାନ,ବାଲ୍ୟ ବିବାହ ନିଷେଧ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଇନ୍ ସଚେତନତା ସଭାରେ ଆଲୋଚକ ମାନେ ଜାତୀୟ ସ୍ତର ରୁ ତାଲୁକ ସ୍ତର ଯାଏ କାର୍ଯ୍ୟକରୁ ଥିବା ଓ ବିନାଦେୟରେ ଆଇନ୍ ସେବା ଯୋଗାଇ ଦେଉଥିବା ଅନୁଷ୍ଠାନ ଗୁଡିକ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ଭରତ ଚନ୍ଦ୍ର ଦଳାଇ,ସନ୍ତୋଷ କୁମାର ବେହେରା,ନିର୍ମଳ ମହାଳିକ ବ୍ରଜକିଶୋର ସାହୁ, ଅଶୋକ ସାହୁ, ନିତ୍ୟାନନ୍ଦ ପାଢ଼ୀ, ଚନ୍ଦ୍ରମଣି ବେହେରା ପ୍ରମୁଖ ସାତଜଣ ଙ୍କ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରମିକ ନେତା ପ୍ରଦୀପ ମିଶ୍ର ଓ ପ୍ରାଧିକରଣର କର୍ମଚାରୀ ସ୍ଥାନୀୟ ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ।
