କଙ୍କିଳି ଜଙ୍ଗଲ ରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ନଡ଼ା ଜଳି ପୋଡ଼ି ପାଉଁଶ
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କଙ୍କିଳି ଗ୍ରାମ ଜରିତଇଲା ସାହିର ଜଣେ ଛତୁ ବେବସାୟୀଙ୍କର ଆଜି ଲକ୍ଷାଧିକ ଟଙ୍କାର ନଡ଼ା ଗଦା ନିଆଁ ଲାଗି ଜଳି ପୁଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ବହୁତ ବର୍ଷହେବ ରମଣୀ ବେହେରା, ଓ ତାଙ୍କ ସ୍ବାମୀ ବ୍ରମାନନ୍ଧ ବେହେରା,ଦିର୍ଘ ବର୍ଷ ଧରି ଛତୁ ବେବସାୟ କରି ନିଜର ପେଟ ପୋଷି ଆସୁଥିଲେ। କିଛି ଦିନ ହବ ବ୍ରମାନନ୍ଦ, ଛତୁ ଚାଷ କରିବା ପାଇଁ ଏକ ଲକ୍ଷ କୁଡ଼ିଏ ହଜାରରୁ ଉର୍ଦ୍ଧ ନଡ଼ା ଗଦା କରିଥିଲେ। ମୁକ୍ତାପସୀ ପରେଷ୍ଟ ସେକ୍ସନ ସ୍ଥିତ କଙ୍କିଳି ଗ୍ରାମ ଜଙ୍ଗଲରୁ ନିଆଁ ଲାଗିଯାଇ ସଂପୂର୍ଣ୍ଣ ନଡ଼ା ଗଦାଟି ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ମୁକ୍ତାପସୀ ଫରେଷ୍ଟ ସେକ୍ସନ ରେ ବାରମ୍ବାର ଜଙ୍ଗଲ ରେ ନିଆଁ ଲାଗୁ ରହୁ ଥିବା ବେଳେ ବନ ବିଭାଗ ଚିର ନିର୍ଦ୍ରା ରେ ଶୋଇରହୁଛି। ଏ ନେଇ ମୁକ୍ତାପସୀ ବନପାଳ ପ୍ରଦୀପ୍ତ କୁମାର ଭଞ୍ଜ ଙ୍କୁ କଲ୍ ଯୋଗେ ଯୋଗାଯୋଗ କରି ଥିଲେ ମଧ୍ୟ୍ୟ ଭଞ୍ଜ କଲ୍ ଉଠାଇ ନଥିଲେ। ପରେ
ଗ୍ରାମବାସୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇ ପାରିନଥିଲେ। ଫଳରେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ନଡ଼ା ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ରମଣୀ ବେହେରା କହିଛନ୍ତି ।
