ନାରାୟଣ ଉଚ୍ଚ ବିଦ୍ୟାଳୟ, ଛତରଙ୍ଗ ଠାରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଆଚାର୍ଯ୍ୟଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପୁରାତନ ତଥା ବର୍ତମାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ସଙ୍କୁଲୋଇ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭାଗିରଥି ରାଉତ, ବୌଦ୍ଧ ସଂସ୍କୃତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ଦେହୁରୀ, ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ କମଳ କୁମାର ବାଇ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣଲତା ସାହୁ, ଖେଳ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ସାଧୁ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ରାଜୀବ କହଁର, କେଲାକଟା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ରାଉଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ରାଉତ ଏବଂ ପ୍ରାକ୍ତନ ସରପଞ୍ଚ, ଛତ୍ରଙ୍ଗ ଶ୍ରୀଯୁକ୍ତ ସୁଶୀଲ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲା। ଏହି ସଭାରେ ଅନେକ ପୁରାତନ ଏବଂ ନୂତନ ଛାତ୍ରଛାତ୍ରୀଙ୍କ ସହିତ ମଂଚାସୀନ ଅତିଥି ବୃନ୍ଦ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଆଚାର୍ଯ୍ୟଙ୍କ ବ୍ୟକ୍ତିତ୍ୱର ବହୁବିଧ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଆଚାର୍ଯ୍ୟ ପିଲାମାନଙ୍କୁ ଜୀବନରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ଏହାପରେ ଶ୍ରୀଯୁକ୍ତ ନୀରଞ୍ଜନ ଆଚାର୍ଜ୍ୟଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ଗ୍ରାମବାସୀ ତଥା ଅଂଚଳ ବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅଚ୍ୟୁତ ରାଉତ, ଅଜୟ କୁମାର ପ୍ରଧାନ, ଅଶ୍ୱିନୀ ପାଣିଗ୍ରାହୀ, ସଞ୍ଜୟ କୁମାର ପ୍ରଧାନ, ଅବକାଶ ପ୍ରଧାନ, ଅନିଳ ପ୍ରଧାନ,ଅଞ୍ଜନ କୁମାର ପ୍ରଧାନ, ପବିତ୍ର ସାହୁ, ସୁଶାନ୍ତ ରାଉତ, ଶିବାଜୀ ପ୍ରଧାନ, ପ୍ରଭୁତି ଦାସ ପ୍ରମୁଖ ପୁରାତନ ଛାତ୍ରଗଣ ସହଯୋଗ କରିଥିଲେ
