ରଣପୁରରେ ଦନ୍ତା ଆତଙ୍କ,, ଗଡାଇଲାଣି ପାଞ୍ଚରୁ ଛ ମୁଣ୍ଡ।
ଦନ୍ତା ଆତଙ୍କ ରେ ଆତଙ୍କିତ ରଣପୁରବାସୀ,, ଅଳ୍ପ କେଇଦିନ ଭିତରେ ଗଲାଣି ପାଞ୍ଚ ରୁ ଛଅ ନିରିହ ଜୀବନ,,।
ସୁଚନା ମୁତାବକ ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳ ରଣପୁରରେ ଦିନକୁ ଦିନ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢିବା ରେ ଲାଗିଛି। ଅଳ୍ପ କେଇଦିନ ଭିତରେ ଗୋଟିଏ ଗୋଟିଏ ଦିନରେ ହାତୀ ଆକ୍ରମଣରେ ଦୁଇ ଦୁଇଟି ଜୀବନ ଚାଲି ଯାଇଛି,, ଯାହା ଫଳରେ ସଞ୍ଜ ନଇଁଲେ ତାଟି କବାଟ ପଡିବା ସହିତ ଅଞ୍ଚଳରେ କୋକୁଆ ଭୟର ବାତାବରଣ ସୃଷ୍ଟି ହେଉଛି। ଯାହା କୁ ନେଇ ରଣପୁର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।
ଏହି ଘଟଣା କୁ ଦେଖିବାକୁ ଗଲେ କେଉଁ ଅଞ୍ଚଳରେ ହାତୀ ଅଛନ୍ତି ଏବଂ ହାତୀ ର ଗତିବିଧି ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ଜନସାଧାରଣ ମାନଙ୍କୁ ସୁରକ୍ଷା ଦେବାରେ ରଣପୁର ବନ ବିଭାଗର ପାରିବା ପଣିଆ କୋଉଠି ନା କୋଉଠି ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ଯୋର ଧରିଛି। ରଣପୁର ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବା ପାଇଁ କେଉଁଠି ନା କେଉଁଠି ବନବିଭାଗ ଫେଲ ମାରିଛି ବୋଲି ଜନସାଧାରଣ ମାନଙ୍କ ଅଭିଯୋଗ ହୋଇଛି ।
କିଛି ଦିନ ତଳେ ମହତପଲା ପଂଚାୟତର ବିରୁଡା ଗ୍ରାମର ଭିକାରୀ ବେହେରା, ଖଡିପଦର ଗ୍ରାମରେ ଯଣକର ମୁଣ୍ଡ ଠାରୁ ଅଲଗା କରିଦେବା ସହ ଏବେ ରଣ୍ଡା ଡ୍ୟାମ ନିକଟ ରେ ବାବୁଲି ପରିଡ଼ା ଏବଂ ମୟୁରଝାଲିଆ ଅଞ୍ଚଳର କାଳିଆ ମହାରଣା ଦୁଇ ଜଣ ହାତୀ ଆକ୍ରମଣରେ ଗୋଟିଏ ଦିନରେ ଦୁଇଟି ଜୀବନ ଅକାଳରେ ଚାଲିଯାଇଥିବା ଦେଖିବାକୁ ମିଳିଛି ।
ଏହି ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଯଥା ଶୀଘ୍ର ସୋଲାର ଝଟକା, ଟ୍ରେଞ୍ଜ ଖନନ ସହିତ ସୋଲାର ଲାଇଟ ବ୍ୟବସ୍ତା କରିବେ ବୋଲି ରେଞ୍ଜ ଅଫିସର ପ୍ରତିଶୃତି ଦେବାସହ ମୃତକଙ୍କ ପରିବାରର ଜଣକୁ ଯୋଗ୍ୟତା ଅନୁଯାୟୀ ବନ ବିଭାଗ ରେ ନିଯୁକ୍ତି ଦେବା ସହ ସରକାରୀ ନୀତି ନିୟମାନୁସାରେ ମୃତ ବରଣ କରିଥିବା ସମସ୍ତ ପରିବାରକୁ କ୍ଷତି ପୁରଣ ଦେବାପାଇଁ ପ୍ରଶାସନିକ ଅଧିକାରୀ କହିଛନ୍ତି। ରଣପୁର ରୁ ଦିଲିପ ପରିଡ଼ା ଙ୍କ ରିପୋର୍ଟ ଭଞଦୂତ ଡିଜିଟାଲ
