
ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର 45ତମ ଅଷ୍ଟପ୍ରହର ନାମଯଜ୍ଞ (ରିପୋର୍ଟର ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ତେରମାଇଲି ଗ୍ରାମରେ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ତା -24-02-2026ରିଖ ମଙ୍ଗଳ ବାର ଠାରୁ 26-02-2026ରିଖ ଗୁରୁବାର ତିନିଦିନ ଧରି ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ମଙ୍ଗଳବାର ଦିନ ଶୁଭାଧିବାସ, ବୁଧବାର ଦିନ ନାମଯଜ୍ଞ, ଓ ଗୁରୁବାର ଦିନ ନଗର କୀର୍ତ୍ତନ ଓ ପୂର୍ଣ୍ଣାହୁତୀ, ପ୍ରସାଦସେବନ l ଅନୁଷ୍ଠାନର କର୍ତ୍ତା ଶ୍ରୀ ସମେନ୍ଦ୍ର ମହାନ୍ତି କୁହନ୍ତି ଚଳିତବର୍ଷ କୁ 45ବର୍ଷ ରେ ପଦାର୍ପଣ କରିଛି, ଏହି ଅଞ୍ଚଳର 20ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ, ସମସ୍ତଙ୍କ ସହଯୋଗ ବିଶେଷ କରି ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ଏହି ଅନୁଷ୍ଠାନଟି ଆଗେଇ ଚାଲିଛି, ଏହି ଅନୁଷ୍ଠାନ ଏକ ଅଗ୍ରଣୀୟ ଅନୁଷ୍ଠାନ ଅଟେ, ତିନିଦିନଧରି ଏଠାରେ ଅର୍ଣ୍ଣ ପ୍ରସାଦ ସେବନ କରାଯାଏ l ଆଗକୁ ଏ ଅନୁଷ୍ଠାନ ଅଧିକରୁ ଅଧିକ କୀର୍ତ୍ତନ ମଣ୍ଡଳୀ ଆସିବେବୋଲି ଗ୍ରାମବାସୀମାନେ ଆତ୍ମବିଶ୍ୱାସ ରଖିଛନ୍ତି l
