ନିମ୍ନକ୍ତ ଦାବିଗୁଡିକ ପ୍ରତି ବିଭିନ୍ନ ପଦାଧିକାରୀମାନଙ୍କ ଦୃଷ୍ଟିଗୋଚର ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆପଣଙ୍କ ମାଧ୍ୟମରେ ପ୍ରେରଣ କରାଇବା ସମ୍ୱନ୍ଧେ, ଯଥା:-(୧) ଜିଲ୍ଲାପାଳ ମୟୂରଭଞ୍ଜ, (୨) ମାନ୍ୟବର ଉଚ୍ଚଶିକ୍ଷାମନ୍ତ୍ରୀ, ଓଡିଶା ସରକାର, (୩) ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, (୪) ମାନ୍ୟବର ରାଜ୍ୟ ଓ ବିପର୍ଯ୍ୟୟ ମନ୍ତ୍ରୀ, ଓଡିଶା ସରକାର (୫) ମାନ୍ୟବର ଗୃହବିଭାଗ ମନ୍ତ୍ରୀ, କେନ୍ଦ୍ର ସରକାର, (୬) ମାନ୍ୟବର ଆଦିବାସୀ ହରିଜନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର (୭) ମାନ୍ୟବର ପ୍ରଧାନ ମନ୍ତ୍ରୀ (୮) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
(୯) ମାନ୍ୟବର ଆଦିବାସୀ ହରିଜନ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଭାରତ ସରକାର।
ଆମ୍ଭେ ମୁଣ୍ଡା ଶାସନ ଗୁଡଗାମ, ବ୍ଳକ କୁଳିଅଣା, ମୟୂରଭଞ୍ଜ। ତେଣୁ ଆମ୍ଭେ ଆପଣଙ୍କ ପ୍ରତି ସଂପୂର୍ଣ୍ଣ ଆଶା ଓ ବିଶ୍ବାସ କରୁଅଛୁ କି, ଆପଣ ଆମର ଦୁଃଖକୁ ଉପରକ୍ତ ପଦାକାରୀଙ୍କୁ ଅବଗତ କରାଇବା ହେବେ । ଯଥା:-
1. ମୁଣ୍ଡାରୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିବା ।
2 ମୁଣ୍ଡାରୀ ଭାଷାକୁ ଓଡିଶାରେ ଦ୍ଵିତୀୟ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ ।
3. ମୁଣ୍ଡାରୀ ଶିକ୍ଷକମାନଙ୍କୁ ନିଯୁକ୍ତି ଏବଂ ପ୍ରାଥମିକ ସ୍ତରରେ ମୁଣ୍ଡାରୀ ଭାଷାରେ ଶିକ୍ଷା ପ୍ରଦାନ କରାଯାଉ ।
4. ମୁଣ୍ଡାରୀ ବାଣୀ ଲିପିର ସ୍ରଷ୍ଟା ଓ ମୁଣ୍ଡା ସମ୍ପ୍ରଦାୟର ବରପୂତ୍ର ରହିଦାସ ସିଂ ନାଗଙ୍କ ଜନ୍ମ ସ୍ଥାନ, ସା:/ପୋ – ଚାନ୍ଦୁଆ, ବ୍ଲକ- କୁଳିଅଣା, ଜିଲ୍ଲା-ମୟୂରଭଞ୍ଜକୁ ବରପୂତ୍ର ଐତିହାସିକ ଯୋଜନାରେ ସାମିଲ କରାଯାଉ ।
5. ମୁଣ୍ଡା ଶାସନ ବ୍ୟବସ୍ଥାର ପଦାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରାଯାଉ, ଯଥା- ହାତୁ ମୁଣ୍ଡା, ଦେହୁରୀ, ପାଣ୍ଡେ, ଡାକୁଆ, ପାହାନ, ମାନକୀ, ପାଢାରାଜା, ରାଜା ପଦ ।
6. ମୁଣ୍ଡା ସଂପ୍ରଦାୟର କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ ।
7. ଦେହୁରୀ ମାନଙ୍କୁ ସ୍ବତନ୍ତ୍ର ଘର ପ୍ରଦାନ କରାଯାଉ ।
8. ମୁଣ୍ଡାରୀ ବାଣୀ ଲିପିର ପ୍ରଚାର ପ୍ରସାର ନିମନ୍ତେ ସ୍ବତନ୍ତ୍ର ଆର୍ଥିକ ପାଣ୍ଠି ଯୋଗାଇଦିଆଯାଉ ।
9. ବ୍ଲକସ୍ତରୀୟ ପାଢାରାଜା ଆଖାଳା ଗୃହ ନିର୍ମାଣ, ମୁଣ୍ଡାରୀ ଲିପିର ସ୍ରଷ୍ଟା ପଣ୍ଡିତ ରହିଦାସ ସିଂ ନାଗଙ୍କ ଜନ୍ମମାଟି ଚାନ୍ଦୁଆ ଗ୍ରାମରେ ବ୍ଲକସ୍ତରୀୟ ପାଢାରାଜା ଆଖାଳା ନାମିତ ଏକ ଗୃହ ନିର୍ମାଣ କରାଯାଉ।
ମୁଣ୍ଡା ଶାସନ ଗୁଟଗାମ୍ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳିଅଣା ଚାନ୍ଦୁଆ BDO ଜୀତେନ୍ଦ୍ର ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କରାଗଲା। ଉକ୍ତ ଦାବି ସମାହାରରେ ମୁଣ୍ଡା ଶାସନ ଗୁଟଗାମ୍ ସଭାପତି ଶ୍ରୀ ମନୋରଞ୍ଜନ ସିଂ, ସମାଜସେବୀ ସୁନ୍ଦର ମୋହନ ସିଂ, ସତ୍ୟବାନ ସିଂ, ବୁଧୁରାମ ସିଂ, ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ କୁମାର ସିଂ, ବୁଧୁ ସିଂ, ସୁବୋଧ ଚନ୍ଦ୍ର ସିଂ, ଚାନ୍ଦୁଆ ଗ୍ରାମପଞ୍ଚାୟତ ଓ୍ଵାର୍ଡମେମ୍ଵର୍ ଜୀତରାୟ ସିଂ ଆଦି କୁଳିଅଣା ବ୍ଲକର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।
