୧୮ ଇଞ୍ଚର ଛୁଆ ଦେଲା ଦଶମ ପରୀକ୍ଷା।
କାମାକ୍ଷାନଗର –
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜଣେ ୧୮ ଇଞ୍ଚର ଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି।ଛାତ୍ରୀ ଜଣଙ୍କ ମହୁଲପାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁନିତା ନାଏକ। ସୁନିତାଙ୍କ ଘର କାମାକ୍ଷାନଗର ବ୍ଲକ ସାରୁଆଳି ଗାଁରେ। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି।ସାଥିରେ ଲେଖିବା ପାଇଁ ସହଯୋଗ କରୁଛନ୍ତି ନିଜର ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ସମ୍ପର୍କୀୟ ଭାଇ। ସାଥିରେ ମାଆ ସଞ୍ଜୁ ନାଏକ ଛୁଆଟିକୁ ନେବା ଆଣିବା କରୁଛନ୍ତି । ଆଜକୁ ୧୦ ବର୍ଷ ତଳେ ବାପା ବିଷ୍ଣୁ ନାଏକଙ୍କର ମୃତ୍ୟୁ ହୋଇ ସାରିଛି। ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ ସଞ୍ଜୁ। ତେବେ ମାଟ୍ରିକ ପରୀକ୍ଷାରେ ୧୮ ଇଞ୍ଚର ଏହି ଛାତ୍ରୀ ଜଣଙ୍କର ଲେଖିବା ପାଇଁ ଅସୁବିଧା ହେବାରୁ ତାଙ୍କ ପାଇଁ ଜଣେ ସହଯୋଗୀ ନିୟୋଜିତ କରାଯାଇଛି।
କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ସ୍ୱତନ୍ତ୍ର ରିପୋର୍ଟ
