ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର(କଳାହାଣ୍ଡି.ରମେଶ ଅଗ୍ରୱାଲ.)
ଭବାନୀପାଟଣା ତା:-୨୫.୦୨.୨୬, ପଞ୍ଚାୟତ ସମିତି ଆନୁକୁଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, DSSO ଦିନେଶ କୁମାର କଅଁର, DDRC Nodal officer ଶ୍ରୀନିବାସ ସାହୁ, ସରପଞ୍ଚ କୈଳାଶ ଚନ୍ଦ୍ର ନାଏକ, ସରପଞ୍ଚ ସତ୍ୟନାରୟଣ ସା ଙ୍କ ସହିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ କର୍ଲାଗୁଡ଼ା ଟେକରାଜ ସାହୁଙ୍କ ସହ ସମସ୍ତ ସମିତି ସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ । ସମିତିରେ ୨୬୨ ଜଣ ଭିନ୍ନକ୍ଷମ ସଦସ୍ୟଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଅସ୍ତିଗତ, ଚକ୍ଷୁ, ଶ୍ରବଣବାଧିତ, ଭାଷା ଅସମର୍ଥ, ମସ୍ତିସ୍କ ଦୁର୍ବଳ, ସିକିଲନେଶ ଇତ୍ୟାଦି ରୋଗୀ ମାନଙ୍କର ପଞ୍ଜିକରଣ କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର, ବସ ପାସ, ଟ୍ରେନ ପାସ, ହ୍ବିଲ ଚେୟାର, ଇତ୍ୟାଦି ଉପକରଣ ବଣ୍ଟନ କରାଯାଇଥିଲା । ବ୍ଲକ ସାମାଜିକ ଅଧିକାରୀ ସିଦ୍ଧେଶ୍ୱର ଦେବଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଅସ୍ତିଶଲ୍ୟ Dr. ସୁନିଲ ପାଢ଼ୀ Mr.Dr.ଅନନ୍ତ ଚରଣ ମେହେର eye specialist Dr. ନିବେଦିତା ସାହୁ,ENT Dr. ପ୍ରଦ୍ୟୁନ କିଶୋର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମକର୍ତ୍ତା ବୃନ୍ଦ ଶିବିରଟିକୁ ସୁଚାରୁରୂପେ ସଂପାଦନ ପାଇଁ ସହଯୋଗ କରିଥିଲେ । ପରିଶେଷରେ ରୋଗୀମାନଙ୍କ ର ଆରୋଗ୍ୟ କାମନା ସହ ସଭା ସାଙ୍ଗ କରାଯାଇଥିଲା ।
