ଅଣ୍ଡରସିଂ କମ୍ୟୁନିଟି ହୋଲ ଉଦଘାଟନ କଲେ ପାରଳା ବିଧାୟକ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଣ୍ଡରସିଂ ଗ୍ରାମ ର ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ପ୍ରାଙ୍ଗଣ ରେ ଏକ କମ୍ୟୁନିଟି ହଲ୍ ର ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ , ଏହି ଗ୍ରାମ ରେ ବହୁ ଦିନ ହେବ ଏହି କମ୍ୟୁନିଟି ହୋଲ କରିବା ପାଇଁ ଦାବି କରିଆସୁଥିଲେ। , ବିଗତ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ଏହି କମ୍ୟୁନିଟି ହଲ୍ ନିର୍ମାଣ କରାଯାଇଛି, ଏହି ଉଦଘାଟନୀ ଉତ୍ସବରେ ବିଧାୟକ ସମେତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଗୁମ୍ମା ବ୍ଲକ ବିଜେଡି ସଭାପତି ମସୁରୁନ୍ ରଇତ, ସ୍ଥାନୀୟ ସରପଞ୍ଚ ଯୋହନ ମଣ୍ଡଳ, ସମିତି ସଭ୍ୟ ରାୟାବ ଭୁଁୟା ପ୍ରମୁଖ ଉପସ୍ଥିତ ଥିଲେ।
