କଳାହାଣ୍ଡି ଜିଲ୍ଲାରେ ତାରିଣୀ ପୀଠରେ ଚଣ୍ଡି ମହାଯଜ୍ଞ
ଭବାନୀପାଟଣା : ସହରର ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ପ୍ରତିବର୍ଷ ପରି ଅଶୋକାଷ୍ଟମୀ ତିଥିରେ ଶନିବାର ଦିନ ଚଣ୍ଡି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଯଜ୍ଞର ଆଚାର୍ଯ୍ୟ ଦାୟିତ୍ଵ ମନୋରଞ୍ଜନ ଦାଶ ତୁଲାଇ ଥିବା ବେଳେ ସଦସ୍ୟ ଶରତ କୁମାର ମିଶ୍ର, ବ୍ରହ୍ମା ଆଦିତ୍ୟ କୁମାର ମିଶ୍ର, ପ୍ରଚାରକ ନିରଞ୍ଜନ ଦାଶ,ଚଣ୍ଡି ପାଠ ସନ୍ତୋଷ ରଥ, ଶିବ ସହସ୍ର ନାମ ସତ୍ୟ ନାରାୟଣ ମହାପାତ୍ର, ସିଦ୍ଧ ବିନାୟକ ସୁଧୀର ମିଶ୍ର, ବିଷ୍ଣୁ ସହସ୍ର ନାମ ତପନ ରଥ ଓ ଚରୁ ସମିଧ ଦାୟିତ୍ୱ ବାଞ୍ଛାନିଧି ମିଶ୍ର ସମ୍ପାଦନ କରିଥିଲେ। ହରିହର ମହାପାତ୍ର ଓ ତାଙ୍କ ପତ୍ନୀ ତନୁଶ୍ରୀ ମହାପାତ୍ର ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜକ ଉତ୍ତମ ଚନ୍ଦନ ମିଶ୍ର ଦେବୀଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ ଓ ଅଭିଷିକ୍ତ ପୂଜକ ପ୍ରଭାକର ତ୍ରିପାଠୀ ସପ୍ତମୀରୁ ନବମୀ ପର୍ଯ୍ୟନ୍ତ ତିନିଦିନ ଦେବୀଙ୍କ ପଞ୍ଚମକାର ଅର୍ଚ୍ଚନା କରିଥିଲେ। ଅପରାହ୍ନ ସାଢେ଼ ପାଞ୍ଚଟାରେ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା। ରଞ୍ଜନ କୁମାର ରଥ, ସୌମ୍ୟରଞ୍ଜନ ତ୍ରିପାଠୀ, ଶିଶ ରଞ୍ଜନ ତ୍ରିପାଠୀ, ପ୍ରମୋଦ କୁମାର ରଥ ପ୍ରମୁଖ ଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ତାରିଣୀ ପୀଠରେ ଚୈତ୍ର ପର୍ବ ଉପଲକ୍ଷେ ଚୈତ୍ର ମାସର ସବୁ ମଙ୍ଗଳବାର ଦେବୀଙ୍କ ସ୍ଵତନ୍ତ୍ର ପଞ୍ଚମକାର ପୂଜାର୍ଚ୍ଚନା କରାଯାଇଥାଏ।
