ପେସାଦାର ବିଦ୍ୟୁତ ଚୋରଙ୍କ ନାମରେ ଅଭିଯୋଗ |
ଯାଜପୁର;ତା:୨୨/୦୨(ଭଞ୍ଜଦୂତ:ନିପ୍ର)
ବିଞ୍ଝାରପୁର ବିଦ୍ୟୁତ ବିଭାଗ ଅଧୀନରେ ଥିବା ରାମଚନ୍ଦ୍ରପୁର ଗ୍ରାମର ଦୈନିକ ଉପଭୋକ୍ତା ଲଷ୍ମୀଧର ସାହୁଙ୍କ ନାମରେ ବିଭାଗ ତରଫରୁ ଅଳକୁଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଅଛି | ସୂଚନା ଅନୁସାରେ ପୂର୍ବରୁ ବିଦ୍ୟୁତ ବିଭାଗ ଦ୍ୱାରା ଉକ୍ତ ବେକ୍ତିଙ୍କ ନାମରେ ୩ଥର ଜୋରିମାନା ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରି ବାରମ୍ବାର ଅନଧିକୃତ ଭାବେ ବ୍ୟବହାର କରିଆସୁଛନ୍ତି | ବିଞ୍ଝାରପୁର ଉପଖଣ୍ଡ ସହାୟକ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପେସାଦାର ବିଦ୍ୟୁତ ଚୋରକୁ ଧରିବା ପାଇଁ ଭାରତୀୟ ବିଦ୍ୟୁତ ଅଇନି ୨୦୦୩ର ଧାରା, ୧୩୫ଅନୁଯାଇ ମାମଲା ରେଜିଷ୍ଟର କରି କଢ଼ା କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ବେଆଇନ ବିଦ୍ୟୁତ ଚୋରୀରୁ ନିର୍ବୁତ୍ତ ରୁହନ୍ତୁ ଏବଂ ନିରବଛିନ୍ନ ଡିଦ୍ୟୁତ ସେବା ଉପଭୋଗ କରନ୍ତୁ | ଏହାହିଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା |
