ଚୁଟି କିଣିବାକୁ ଆସି ସାମ୍ବାଦିକ ଙ୍କ ଘରୁ ଧାନ ବସ୍ତା ନେଇ ଯାଉଥିଲା ଫେରିବାଲା, କାବୁକରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ
ବସ୍ତା:- ୨୦/୦୨/୨୦୨୬ (ନି.ପ୍ର)
ସୁଚନା ଅନୁଯାୟୀ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣର ମାର୍କେଟିଙ୍ଗ ମ୍ୟାନେଜର ବିରଞ୍ଜନ ଦାସଙ୍କ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାଇତପଡା ସ୍ଥିତ ଘରକୁ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ଚୁଟି ନେବାପାଇଁ ଆସିଥିଲେ, ବିରଞ୍ଜନ ଙ୍କ ମାଆ ଘର ଭିତରକୁ ଚୁଟି ଆଣିବା ପାଇଁ ଯାଇଥିବା ବେଳେ ଏହି ଯୁବକ ମାନେ ଘର ଭିତରେ ପଶି ଧାନ ବସ୍ତା ନେଇ ପଳାଉଥିଲେ, ଏହି ସମୟରେ ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଜଣକୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରୁ ଚମ୍ପଟ ମାରିଛନ୍ତି, ଘଟଣା ସ୍ଥଳରେ ଅମର୍ଦ୍ଦା ରୋଡ ଫାଣ୍ଡି ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଥାନାକୁ ଅଟକ ରଖି ପଚରାଉଚରା କରୁଛି, ଅଟକ ଯୁବକ ଜଣକ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେଖ୍ ଧନୀ ବୋଲି ଜଣା ପଡିଛି, ଅନ୍ୟ ମାନଙ୍କ ପରିଚୟ ମିଳିପାରିନାହିଁ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
