ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ।
ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରୀ ପଞ୍ଚାୟତ ହାଇସ୍କୁଲ ପରିସରରେ ଶିକ୍ଷଣୀୟ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ପୋଡାମାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ସଦାଶିବ ପାଢ଼ୀ ଶିଶୁ ମାନଙ୍କୁ କିପରି ନାଚଗୀତ ମାଧ୍ୟମ ରେ ଶିକ୍ଷା ପ୍ରଦାନ ର କୌଶଳକୁ ବୁଝାଇ ନୃତ୍ୟ କରି ଶିବିର କୁ ଚଳ ଚଞ୍ଚଳ କରିଥିଲେ। ଏହି ଶିବିରରେ ୫୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରି ତାଲିମ୍ ନେଇଥିଲେ। ଶିବରାମ ପଣ୍ଡା, ମନୋଜ କୁମାର ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ ଏବଂ ସନାତନ ସେଠି ସମ୍ଭଳ ଶିକ୍ଷକ ଭାବେ ଯୋଗଦାନ କରି ଏନଇପି ୨୦୨୦ଏହାର ରୂପରେଖ ପୁସ୍ତକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ଏହିପରି ତାଲିମ୍ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଶିଶୁଙ୍କୁ ଶିକ୍ଷା ଦାନ ପାଇଁ ସରଳ ହୋଇପାରିବ ବୋଲି କହିଥିଲେ।
