ଶତାୟୁ ପୁରୁଷ ଆଦିକନ୍ଦ ଆଚାର୍ଯ୍ୟ ଙ୍କ ପରଲୋକ
ମୟୁରଭଞ୍ଜ ବଡ଼ସାହି ବ୍ଲକ ଛେଳିଆ ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଶ୍ରୀଯୁକ୍ତ ଆଦିକନ୍ଦ ଆଚାର୍ଯ୍ୟ ଙ୍କ ୧0୫ ବର୍ଷରେ ଆଜି ସଖାଳ 10,55ସମୟରେ ନିଜ ବାସଭବନ ରେ ପ୍ରାଣତ୍ୟାଗ କରିଛନ୍ତି l ଶ୍ରୀଯୁକ୍ତ ଆଦିକନ୍ଦ ଆଚାର୍ଯ୍ୟ ଜଣେ ମିଷ୍ଟ ଭାଷୀ, ସୁନ୍ଦର ବ୍ୟବହାର ଆଉ ମେଳାପୀ ହଇଥିବାରୁ ବଡ଼ସାହି ଅଞ୍ଚଳରେ ଆଦିକନ୍ଦ ନନା ନାମରେ ପରିଚିତ ଥିଲେ l ସେ ଏହି ଅଞ୍ଚଳରେ ଅଧିଷ୍ଠାତ୍ରୀ ଦେବୀ ମା “ହିଙ୍ଗୁଳା ଆଉ ଚାନ୍ଦଡିହା ରେ ଥିବା ମା “ବାସନ୍ତୀ ମନ୍ଦିରରେ ପ୍ରଥମ ପୂଜକ ଭାବେ ଦୀର୍ଘ ଦିନ ଧରି ମା ଙ୍କ ପୂଜାର୍ଚନା କରିଛନ୍ତି l କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ପୀଡିତ ହୋଇ ଘରେ ଚିକିତ୍ସା ହେଉଥିଲେ l ଶେଷ ସମୟରେ ତାଙ୍କ ପାଖରେ ପୁଅ, ବୋହୁ, ଝିଅ, ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ l ତାଙ୍କ ବିୟୋଗ ରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l
ମୟୁରଭଞ୍ଜ, ବଡ଼ସାହି ରୁ
ମଧୁ ସୂଦନ ପଣ୍ଡା ଭଞ୍ଜଦୂତ, ନିୟୁଜ
