*ଦକ୍ଷିଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳିତ*
ବ୍ରହ୍ମପୁର -*ଦକ୍ଷିଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ଏୟୁପିଟିଏଫ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର, ବିଦ୍ୟାଳୟ ଏସଏମସି ସଭାପତି ଵାପିନି ଗୌଡ଼,ମଦନ ମୋହନ ପୁର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପଣ୍ଡା , ଗଙ୍ଗାଧର ଗୌଡ଼, ଶିକ୍ଷାବିତ ପ୍ରମୋଦ କୁମାର ସାମନ୍ତରାୟ , ଶିବରାମ ମାହାଙ୍କୁଡ, ରଞ୍ଜନ କୁମାର ପାଣିଗ୍ରାହୀ, ସରସ୍ବତୀ ଆଚାରୀ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ସମସ୍ତ ସମ୍ମାନନୀୟ ଅତିଥିଙ୍କ ସହ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଥିଲେ ଓ କୃଷ୍ଣ ଚନ୍ଦ୍ର ପଣ୍ଡା ମନ୍ତ୍ର ଉଚ୍ଚାରଣ କରିଥିଲେ । ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ବିଦ୍ୟାଳୟ ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ପ୍ରଧାନ ଓ ମନୀଷା ମଞ୍ଜରୀ ବଡମୁଣ୍ଡି ମଞ୍ଚ ସାଜସଜ୍ଜା କରିଥିଲେ ଏବଂ ପୁଷ୍ପଲତା ପଟେଲ ତାଙ୍କୁ ସହଯୋଗ କରିଥିଲେ । ରୁବିତା କୁମାରୀ ଦେବୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଦୀପ୍ତି ରାଣୀ ପାଢ଼ୀ ମଞ୍ଚ ପରିଚାଳନା କରି ଅଥିତି ମାନଙ୍କୁ ପିଲାଙ୍କ ଦ୍ୱାରା ସମ୍ନlନୀତ କରାଇ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପଲତା କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ବାର୍ଷିକ ବିବରଣୀ ପାଠ କରି ଥିଲେ । ତତ୍ ପରେ ପିଲାମାନେ ଶିଖିଥିବା ନୃତ୍ୟ ପରିବେଷଣ କରି ଥିଲେ । ଏହାକୁ ଲଙ୍ଗଳଦେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପିସ୍ତା ଜିଲ୍ଲା ସଭାପତି ହେମନ୍ତ କୁମାର ସେଠୀ ପରିଚାଳନା କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଅର୍ଥାତ ଅପରାହ୍ନରେ କୁକୁଡ଼ା ଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରି ସନ୍ତୋଷ କୁମାର ମହାପାତ୍ର, ଗୋଷ୍ଠୀ ସହ ଶିକ୍ଷାଧିକାରି ବସନ୍ତ କୁମାର ସେଠୀ ଓ ଅଫିସ ଷ୍ଟାଫ୍ ଯୋଗ ଦେଇ ଥିଲେ । ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ସାହୁ, ଅଳକା ମିଶ୍ର, ସୁନିତା କୁମାରୀ ସାହୁ, ଶଶୀରେଖା ମଳିକ, ନମିତା କୁମାରୀ ମହାରଣା , ସରିତା ଦାସ , ସୁଜାତା କୁମାରୀ ସାହୁ , ମହାଲକ୍ଷ୍ମୀ କର , କନକ ଲତା ମାହାନ୍ତି , ସୋମିୟ ରଞ୍ଜନ ଦାସ , ସୁଶ୍ରୀ ସଂଗୀତା ପାତ୍ର , ପିସ୍ତା ବ୍ଲକ ସଭାନେତ୍ରୀ ଉଷାରାଣୀ ସାହୁ, ଯୋଗିଆ ପୋଲି ସହକାରୀ ଶିକ୍ଷୟତ୍ରୀ ସଂଯୁକ୍ତା ରାଉତ, ଏଲଏନଵିପି ସହକାରୀ ଶିକ୍ଷୟତ୍ରୀ ଜୋଛନା ପ୍ରିୟଦର୍ଶନୀ ଓ ପ୍ରତିମା ପ୍ରଧାନ ଯୋଗଦେଇଥିଲେ ।ସମସ୍ତ ଅତିଥିଙ୍କ ଗହଣରେ ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ଓ ଗୋଷ୍ଟି ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ୟୁକୋ କ୍ଲବ ପ୍ରୋଜେକ୍ଟ ବିଦ୍ୟାଳୟ ପ୍ରାଚୀର ପତ୍ର ଓ ଶିଶୁ ଲେଖା ସ୍କୁଲ ମାଗାଜିନ ଉନ୍ମୋଚନ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବର ଉଦ୍ଦେଶ୍ୟ ଓ ଏହା କାହିଁକି ଆୟୋଜନ କରାଯାଏ ତାହା କହିଥିଲେ ଓ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ*
*ବିଦ୍ୟାଳୟର ପରିଚାଳନା କମିଟି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ରାମଚନ୍ଦ୍ର ସାହୁ ଓ ବିଦ୍ୟାଳୟ ପାଚିକା ମାନେ ସୁଜାତା ସାହୁ, ପଙ୍କଜ ଡାକୁଆ ଓ ରୀନା ଗୌଡ଼ ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପ ଲତା ଓ ଶିକ୍ଷକ ଜି ଟୁନା ଦୋରା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଉଜ୍ୱlପନ କରିଥିଲେ*
