କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ
ପରଜଙ୍ଗ : ୧୯/୦୨ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ କଙ୍କିଳି ଗ୍ରାମ ଉପର ସାହି ଅନୁସୂଚିତ ଜାତି ସାହିରେ ଆଜି ରାତିରେ ଅଗ୍ନି କାଣ୍ଡ ଘଟିଛି। ଅନୁସୂଚିତ ସାହିର ଟିକିଲି ପାତ୍ର, ସ୍ୱାମୀ ପ୍ରତାପ ପାତ୍ର, ଙ୍କ ଦୁଇ ବଖରା ଚାଳଛପର ଘର ପୋଡ଼ି ଛାର୍ଖାର୍ ହୋଇଯାଇଛି। ସୂଚନା ଅନୁଯାୟୀ,ପ୍ରାୟ ରାତି ବାରଟା ପନ୍ଦର ସମୟରେ ଟିକିଲି ଶୋଇଥିବା ବେଳେ ଘରର ଲାଇନି ସର୍ଟ ହୋଇଯାଇ ଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ
ଗ୍ରାମବାସୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆବାସାପତ୍ର ସହ କୁଡ଼ିଏ ହଜାର ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନ ଟିକିଲି ଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
