ପରୀକ୍ଷା ଦେବାକୁ ଯିବା ସମୟରେ ଦୁର୍ଘଟଣା ଘଟିଛି
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବାଦୀଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ର ଲେକାଶ ଶବର ଓ ରୁହିତ ରଇତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପରୀକ୍ଷା ଦେବା ପାଇଁ ବାଇକ ରେ ଆସିବା ସମୟରେ ହଟାତ ଦୁର୍ଘଟଣା ଘଟିଛି ଦୁଇ ଛାତ୍ର ମଧ୍ୟରେ ଜଣକର ହାତ ଭାଙ୍ଗିଛି ଆଉ ଜଣଙ୍କ ମୁହଁରେ ସାଙ୍ଘାତିକ ଭାବରେ ମାଡ଼ ହୋଇଛି | ଆଖ ପାଖରେ ଥିବା ଗ୍ରାମର ଲୋକମାନେ ଦୁଇ ଛାତ୍ର ବାଇକ ରୁ ପଡ଼ିଥିବା ଦେଖି ତୁରନ୍ତ ଦୁଇ ଛାତ୍ର ଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଗୁମ୍ମା ଚିକିତ୍ସାଳୟ କୁ ପଠାଇଲେ ବର୍ତ୍ତମାନ ଦୁଇ ଛାତ୍ରଙ୍କ ପରୀକ୍ଷା କୁ ନେଇ ଏବଂ ତାଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ହଉଛି
