ବାଇକ ଓ କାର ଦୁର୍ଘଟଣା, ବାଇକଚାଳକଙ୍କ ମୃତ୍ୟୁ।
ଗଜପତି( ଟିକିଲିମା )
ଗଜପତି ଜିଲ୍ଲା ଆର୍.ଉଦୟଗିରିରେ ଏକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବିଦ୍ୟାଳୟ ଅଭିମୁଖେ ଏକ କାର ଯିବା ପାଇଁ ଅଗ୍ରସର ହେଉଥିବା ବେଳେ ଜାତୀୟରାଜପଥ 326-ଏ ଦେଇ ସୁଣ୍ଡରବାରୁ ଆସୁଥିବା ବାଇକ ଚାଳକ କାରକୁ ଧକ୍କା ଦେଇଥିବାର ଜଣାପଡିଛି । ସୂଚନା ପ୍ରକାରେ ମୃତ ବାଇକ ଚାଳକ ସୁଣ୍ଡରବା ଗ୍ରାମର ପ୍ରିୟଦର୍ଶନ ରଇତ ନିଜ ଓଡି 20 ଡି 5935 ନମ୍ବର ବିଶିଷ୍ଟ ମୋଟରସାଇକେଲରେ ନିଜ ଗ୍ରାମରୁ ଆର୍.ଉଦୟଗିରି ଅଭିମୁଖେ ଯାଉଥିଲେ । ଏହି ସମୟରେ ବିଦ୍ୟାଳୟ ପରିସରକୁ ଯାଉଥିବା ଏକ କାରସହିତ ଧକ୍କା ହୋଇ ରାସ୍ତାକଡକୁ ଛିଟିକି ପଡିଥିଲେ। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ପ୍ରିୟଦର୍ଶନଙ୍କ ମତ୍ୟୁ ଘଟିଥିବା ବେଳେ କାରଟି ଭାଙ୍ଗିରୁଜି ଯାଇଥିବାର ଜଣାପଡିଛି । ଖବର ପାଇ ଆର୍.ଉଦୟଗିରି ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବାବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇଦେଇଥିବାର ଜଣାପଡିଛି ।
