କାର୍ ବାଇକ୍ ମୁହାଁମୁହିଁ, ତିନି ଗୁରୁତର।ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସୋର ରେଳ ଉଡ଼ନ୍ତା ପୋଲ ଉପରେ କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ବାଲେଶ୍ଵରର ବିଶିକେଶନ ନାୟକ ନିଜ ପରିବାର ସହ ନିଜ ଭଉଣୀ ଘର ସୋର କ୍ଷୀରକୋଣି ଗ୍ରାମ କୁ ଆସିଥିଲେ। ସୋରରୁ ବାଲେଶ୍ଵର ଫେରିବା ସମୟରେ ଉତ୍ତରେଶ୍ଵର ରେଳ ଉଡ଼ନ୍ତା ପୋଲ ଉପରେ ନିଜେ ଚଲାଉଥିବା (ଓଡି ୦୧ ଏଡିଇ ୭୬୧୧) ନମ୍ବର ବିଶିଷ୍ଟ ସୁଇପ୍ଟ ଡିଜାୟାର ଗାଡିକୁ ସାମ୍ନାରୁ ରଂ ରୁଟ୍ ରେ ଆସି (ଓଡି ୦୧ ଏ ଜି ୫୭୮୦) ନମ୍ବର ବିଶିଷ୍ଟ ରୟାଲ ଏନଫିଲଡ୍ ବାଇକ୍ ଟି ଧକ୍କା ଦେଇଥିଲା। ଫଳରେ ଉକ୍ତ କାର୍ ଡାହାଣ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଅପରପକ୍ଷରେ ବାଇକ୍ ଟି ଧକ୍କା ଦେବା ସମ୍ପୃକ୍ତ ବାଇକ୍ ବାଇକ୍ ଆରୋହୀ ଙ୍କ ସହ ତିନି ଜଣ ବ୍ୟକ୍ତି ଆହତ ହୋଇଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। କାର୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ସ୍ଥାନୀୟ କିଛି ଯୁବକ ଅନ୍ୟ ଏକ ଗାଡ଼ି ବ୍ୟବସ୍ଥା କରି ବାଲେଶ୍ଵର ପଠାଇଥିଲେ। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଟ୍ରାଫିକ ଜାମ୍ କୁ ହଟାଇବା ସହ ଗାଡି ଦୁଇଟିକୁ ଥାନା କୁ ଆଣି ଅଧିକ ତଦନ୍ତ ଜାରି ରଖିଛନ୍ତି
