ସାଙ୍ଗ ବାହାଘର ରେ ବାଣ ଭିଡୁଥିବା ସମୟରେ ହାତ ପାପୁଲି ଛିଡିଲା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ସାଙ୍ଗ ବାହାଘରରେ ବାଣ ଫୁଟାଉଥିବା ବେଳେ ଜଣେ ଯୁବକଙ୍କ ହାତରେ ବାଣ ଫୁଟିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ସୁଚନା ଅନୁସାରେ ଆଜି ସଂଧ୍ୟାରେ ମଙ୍ଗଳପୁର ଠାରେ ଜଣେ ଯୁବକଙ୍କ ବାହାଘର ହେଉଥିବା ବେଳେ ବାଣ ରୋଷଣୀରେ ଗାଁ ଦାଣ୍ଡ କମ୍ପିଉଠିଥିଲା। ଏହି ସମୟରେ ବାବୁଲା ଜେନା ନାମକ ଜଣେ ଯୁବକ ସାଙ୍ଗ ବାହାଘରରେ ନିଜେ ବାଣ ଫୁଟାଇଥିଲେ। ବାଣଟି ତାଙ୍କ ହାତରେ ଫୁଟି ଯିବାରୁ ସେ ଗୁରୁତର ଆହତ ହାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
