ପୋଖରୀ ରେ ବୁଡି ଯୁବକ ମୃତ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ଥାନା ନଟାପଡା ପଞ୍ଚାୟତ ବାଲିପୁର ଗ୍ରାମର ଜଣେ ଯୁବକ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୁଚନା ଅନୁସାରେ ଏହି ଗ୍ରାମର ଶୁଭମ ମଲିକ(୧୮) ଆଜି ମଧ୍ୟାହ୍ନରେ ଘରୁ ବାହାରକୁ ଯାଇଥିବା ବେଳେ ଦିର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିବା ସହିତ ବିଣାଗଡିଆ ନିକଟରେ ଥିବା ଏକ ପୋଖରୀ ନିକଟରେ ତାଙ୍କ ଲୁଗା ଦେଖି ପୋଖରୀରେ ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଦିର୍ଘ ସମୟ ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ଶୁଭମକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
