ଆଖୁବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ
କାମାକ୍ଷାନଗର-(ରିପୋର୍ଟ -ଧର୍ମାନନ୍ଦ ସେଠି)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସଂନିକଟ ରେକୁଳା ରୋଡ଼ ର ରେଲୱେ ଓଭରବ୍ରିଜ ରେ ପୂର୍ବାହ୍ନ ଦଶଟାରେ ଏକ ଆଖୁ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଜଣାଯାଇଛି l କାମାକ୍ଷାନଗର ରୁ ଢେଙ୍କାନାଳ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକ ରେଲୱେ ଓଭର ବ୍ରିଜ଼ ରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା l ଏହି ଦୁର୍ଘଟଣାରେ ଚାଳକ ଚାପି ହୋଇ ରହିଥିବା ରୁ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀ ଙ୍କ ସହାୟତାରେ ବାହାର କରି ମୁର୍ମୁଷୁ ଅବାସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାଭାବିକ ଭାବେ ଚାଲି ଚାଲି ଚାଳକ ଜଣଙ୍କ ଚାଲି ଯାଇଥିଲେ l ଆଖୁବିଲରୁ ଆଖୁ ଲୋଡ଼ କରି ଟ୍ରକ ଢେଙ୍କାନାଳ ଅଭିମୁଖେ ସହରରେ ନୋଏଣ୍ଟ୍ରି ଥିବା ସତ୍ୱେ ନିଶାସକ୍ତ ଅବସ୍ଥାରେ ଟ୍ରକ ଚଳାଇ ଦ୍ରୁତ ଗତିରେ ଯାଉଥିବା ସମୟରେ ରେଲୱେ ଓଭର ବ୍ରିଜ଼ ଠାରେ ଧକ୍କା ହୋଇଥିଲା l ଢେଙ୍କାନାଳ ଚିନିକଳ ପକ୍ଷରୁ ଆଖୁ ଚାଷୀଙ୍କୁ କିଭଳି ଶୋଷଣ କରାଯାଉଛି ତାହା ର ଏକ ନମୁନା l ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି l
