ନବମ ବାର୍ଷିକ ପାଲା ମହୋତ୍ସବ ଉଦଘାଟିତ,,,
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡବାଣିକିଲୋ ପଞ୍ଚାୟତର ଗଡବାଣିକିଲୋ ଶ୍ରୀ ଶ୍ରୀ ବାବା ଆର୍ତ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣ ହରିହର ପିଠରେ ନବମ ବାର୍ଷିକ ପାଲା ମହୋତ୍ସବ ଉଦଘାଟିତ ହୋଇଛି । ତାସହ ପବିତ୍ର ମହାଶିବରାତ୍ରୀ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି। ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ, ଏଠାରେ ପ୍ରାୟ ଚାରି ରୁ ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ପ୍ରତିବର୍ଷ ଭଳି ଏହି ପବିତ୍ର ପୀଠ ରେ ତିନିଦିନ ଧରି ସୁନାମ ଧନ୍ୟ ଗାୟକ ମାନଙ୍କୁ ନେଇ ପାଲା ପରିବେଷଣ କରାଯାଏ।ଏହି ପାଲା କାର୍ଯକ୍ରମ କୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।ଏହି ପାଲା ମହୋତ୍ସବ କୁ ଗଡବାଣିକିଲୋ ଗ୍ରାମବାସୀ ଙ ସହଯୋଗ ଏବଂ ବିନାୟକ ରଥ ଙ୍କ ତତ୍ବାବଧାନରେ ବାସୁଦେବ ରଥ , ଶୁଭେନ୍ଦୁ ରାଉତ ଦାୟୀତ୍ୱ ନେଇ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପରିଚାଳନା କରିଛନ୍ତି।
