ରୁମଟା ମାଇନେନ୍ ଲିମିଟେଡ଼ କାରାଖେଣ୍ଡରା ପ୍ଲାଣ୍ଟ ରେ ରକ୍ତଦାନ ଶିବିର ଅନୁଷ୍ଠିତ। ଯୋଡ଼ା ବ୍ଲକ ତ14/02 ଯୋଡ଼ା ବ୍ଲକ କାରାଖେନ୍ଦ୍ରା ଗ୍ରାମ ଅନ୍ତର୍ଗତ ରୁମଟା ମାଇନ୍ ଲିମିଟେଡ଼ କାରାଖେଣ୍ଡର ପ୍ଲାଣ୍ଟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଏହି ଶିବିରରେ ପ୍ଲାଣ୍ଟ ର 156 ଜଣ କର୍ମଚାରୀ ଙ୍କ ଦ୍ଵାରା 156 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ପ୍ଲାଣ୍ଟ ର ବରିଷ୍ଠ ଅଧିକାରୀ ଶ୍ରୀ ପି କେ ଦେଓ,ନିର୍ଦ୍ଦେଶକ ଶ୍ରୀ ସୁରେଶ ମହାପାତ୍ର,ପ୍ଲାଣ୍ଟ ମୁଖ୍ୟ ଆନନ୍ଦ ଚନ୍ଦ୍ର ସାହୁ,ସି ଜି ଏମ ମାନବସମ୍ବଳ ବିଶ୍ବରଂଜନ ପାଢ଼ୀ,ଭି ଏନ୍ ଝ,କାରଖାନା ପରିଚାଳକ ଶ୍ରୀ ପି କେ ସୁନ୍ଦର ରମଣ,କେ ସି ପତ୍ର, ଡ ସଲିନି ଶର୍ମା,ସୌରଭ ଭଟ୍ଟାଚାର୍ଯ୍ୟ,କଲ୍ୟାଣ କାମଳ ଭୂୟାଁ,ଚନ୍ଦ୍ର ଶେଖର ମିଶ୍ର,ସଞ୍ଜୟ କୁମାର ମିଶ୍ର,ବିରଜା ଦାସ,ଭାଗିରଥି ପଣ୍ଡା ଓ କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଶିବିର ଏକ ସ୍ଥାନୀୟ ରକ୍ତ ଭଣ୍ଡାର ସହଯୋଗରେ ପରି ଚଳିତ ହୋଇଥିଲା।ଏହା ସକାଳ ନ ଘଟିକା ରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚ ଘଟିକା ରେ ଶେଷ ହୋଇଥିଲା।ତେବେ କମ୍ପାନୀର ନିର୍ଦ୍ଦେଶକ କହିଛନ୍ତି ଯେ ଏପରି ମହତ୍ କାର୍ଯ୍ୟକୁ କମ୍ପାନୀର କର୍ମଚାରୀ ମାନେ ଯୋଗଦେଇ ସଫଳ କରିଥିବାରୁ ଆମ୍ଭେ ଗର୍ବିତ।ଏହି ପରି ସମାଜ ମଙ୍ଗଳ କାର୍ଯ୍ୟ କରିବା ପାଇଁ କମ୍ପାନୀ ର ପ୍ରତିବଦ୍ଧତା ଆଗକୁ ଜାରି ରହିବ।
