ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ମହାଶିବରାତ୍ରୀ ମହାସମାରୋହରେ ପାଳିତ :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀରମୋହନ ନଗରରେ ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ମହାଶିବରାତ୍ରୀ ମହାସମାରୋହରେ ପାଳିତ ହୋଇଯାଇଛି। ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ପାଳନ କରାଯାଇଥିବା ବେଳେ, ଏକବାର ଦିନ ପ୍ରାୟ ପାଞ୍ଚ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ମହାଶିବରାତ୍ରୀ ଦିନ ସନ୍ଧ୍ୟାରେ କୁନି କୁନି ପିଲାଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିବା ବେଳେ, ରାତି ଦଶଟାରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ଦୁଇ ଜଣ ବରିଷ୍ଠ ନାଗରିକ ଶ୍ରୀ ଶ୍ରୀଧର ନାୟକ ଓ ଶ୍ରୀ ଦିବାକର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମୁକୁନ୍ଦ ଭାରତୀ, ହୃଷିକେଶ ସାହୁ, ଗୋପୀନାଥ ଦାସ, ସମ୍ବିତ ବେହେରା, ଗଦାଧର ମହାରଣା, ମହେଶ୍ବର ରଥ, ଭଗବାନ ବେହେରା, ଶିବାନନ୍ଦ ପଣ୍ଡା, ଅଜିତ ପାଢ଼ୀ, ଅଜିତ ପାଣିଗ୍ରାହୀ, ଚଞ୍ଚଲ ଗାଁଗୁଲି , ପ୍ରଦୀପ ସାହୁ, ସଞ୍ଜୟ ଦାସ, ସ୍ନେହଲତା ଜେନାଙ୍କ ସମେତ ବହୁ ମହିଳା ସଦସ୍ୟ ତଥା ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ମହାଶିବରାତ୍ରୀ ପାଇଁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।।।
