କେବେ ହବ ଏହି ରାସ୍ତା କାମ
ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା
ଗଜପତି (ଟିକି ଲିମା )
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ
