
କରଣ ସାହି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଶିକ୍ଷାଦାନ ଉପକରଣ (ଟିଏଲଏମ ) କର୍ମଶାଳା ଉଦଯାପିତ ll
———————————————
ବ୍ରହ୍ମପୁର
ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କରଣ ସାହି କ୍ଲଷ୍ଟରର ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରଣ ସାହି ଠାରେ ସି. ଆର. ସି. ସି. ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ଦିବସୀୟ ଟି. ଏଲ. ଏମ.କର୍ମଶାଳା ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷl ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ମୁଖ୍ୟ ବକ୍ତା ଭାବେ ବି. ଆର. ସି. ସି. ଜଗନ୍ନାଥ ଭୂୟାଁ, ସମ୍ମାନୀତ ଅତିଥି ଭାବେ ରାମାଧୀନ ସଂସ୍କୃତ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବିନାରାୟଣ ପଟ୍ଟନାୟକ ଓ. ଡୁରା କ୍ଲଷ୍ଟର ସି.ଆର.ସି. ସି. ଜିତନ ପଣ୍ଡା ଓ ସଭାପତି ରୂପେ ଶ୍ରୀମତୀ ଅଳକା ଶତପଥି ଯୋଗ ଦେଇଥିଲ l ଗୋଷ୍ଠୀ ଶିକ୍ଷାଧିକାରୀ ଉକ୍ତ କର୍ମଶାଳା ର ଆଭିମୁଖ୍ୟ ଆଧାରରେ ପାଞ୍ଚୋଟି ବିଷୟକୁ ଗୁରୁତ୍ୱାରୋପ କରିଥିଲେ l ଯଥା – ଟିଏଲଏମ ଗୁଡିକ ଲୋ କଷ୍ଟ ନୋ କଷ୍ଟ ଆକର୍ଷଣୀୟ, ବହୁମୁଖୀ ଉଦ୍ଦେଶ୍ଯ ଭିତିକ, ଅନୁଭୂତି ର ପ୍ରୟୋଗ ଭିତିକ, ପଢି ଦେଖି ଜାଣିବା ଅପେକ୍ଷା ନିଜେ ପ୍ରସ୍ତୁତ କରି ଶିଖିଵl ଅଧିକ ଦୀର୍ଘାସ୍ଥାୟୀ ହେବ ବୋଲି ସୁନ୍ଦର ବାର୍ତ୍ତା ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ବି. ଆର. ସି. ସି. ଜଗନ୍ନାଥ ଭୂୟାଁ ସାର ଉପଯୁକ୍ତ ଶିକ୍ଷଣ ସାମଗ୍ରୀ ଦ୍ୱାରା ଶିକ୍ଷାଦାନ ଟି ସରଳ, ବୋଧଗମ୍ୟ ଓ ଦୀର୍ଘସ୍ଥାୟୀ ହେବ ବୋଲି କହିଥିବା ବେଳେ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରବିନାରାୟଣ ପଟ୍ଟନାୟକ ଶିକ୍ଷକ ଶିକ୍ଷାଦାନଟିକୁ ସରସ, ସୁନ୍ଦର କରିବା ପାଇଁ ଶିକ୍ଷଣ ସାମଗ୍ରୀ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଥିଲେ l ପରିଶେଷରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଳକା ଶତପଥୀ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l