*ନୂଆପଡ଼ା ଜିଲ୍ଲା ର ଆଦିବାସୀ ପରମ୍ପରା ଏବଂ ଶକ୍ତି ଉପାସନା ଶୀର୍ଷକ ସପାନ ଅନୁଷ୍ଠିତ*
ନୂଆପଡା ( ମିଖାଏଲ ନନ୍ଦ)
ତା:୧୪.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆଦିବାସୀ ପରମ୍ପରା ଏବଂ ଶକ୍ତି ଉପାସନା ଶୀର୍ଷକ ସପାନ ଅନୁଷ୍ଠିତ ହୋଇଯାଇଅଛି। ଏହି ସପାନ୍ ରେ ମୁଖ୍ୟ ଅତିଥି ରୂପେ ଡଃ.ସୁଶାନ୍ତ କୁମାର ବିଶି ଏବଂ ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇଥିଲେ। ସପାନ ରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ସସ୍ମିତା ବିଶି ଉପସ୍ଥିତ ଥିଲେ। ଅତିଥି ମାନେ ଯୋଗ ଦେଇ ନୂଆପଡ଼ା ଜିଲ୍ଲାର ମହନିୟ ଆଦିବାସୀ ସଂସ୍କୃତି ଏବଂ ପରମ୍ପରା ରହିଥିବା ବେଳେ ଗୌରମୟ ଶକ୍ତି ଉପାସନା କେନ୍ଦ୍ର ଉପରେ ଆଲୋକପାତ କରିଥିଲେ। ଆଦିମ ଜନଜାତି ଚାକୋଆଜିଲ୍ଲା ରେ ଯୋଗିମଠ ଶିଳାଲିପି, ନବନାକ୍ ଗ୍ରାମ, ମାରାଗୁଡ଼ା ଉନ୍ନତ ସଭ୍ୟତା, ଯୁମଲାଗଡ, ରାନିମୁହସ, ଏବଂ ଅନେକ ଐତିହ ସ୍ଥାପତ୍ୟ ଜଳ ସମାଧି ନେଇଥିବା କହିଥିଲେ। ସପାନ ରେ ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ପୂଜା ହଂସ ଆଦିବାସୀ ସଂସ୍କୃତି, ପରମ୍ପରା, ଉପରେ ନିଜ ପେପର ଉପସ୍ଥାପନା କରିଥିଲେ। ସେହିପରି ଛାତ୍ରୀ ମଞ୍ଜୁଶ୍ରୀ ରାଉତ ଶକ୍ତି ଉପାସନା ଉପରେ ନିଜ ପେପର ଉପସ୍ଥାପନ କରିଥିଲେ। କଲେଜ୍ ଛାତ୍ରୀ ଶ୍ରୀକାନ୍ତ ଗହିରି ଧନ୍ୟବାଦ ଦେଇଥିଲେ
