ପବିତ୍ର ମୋହନ ପ୍ରଧାନଙ୍କର ବଳିଦାନ ତାଳଚେର ମାଟି ପାଇଁ ଗର୍ବ ଓ ଗୌରବ, ବିଧାୟକ ଟଙ୍କଧର ତ୍ରିପାଠୀ
ତାଳଚେର:- (୧୪ /୦୨ ) (
):- ତାଳଚେରର ପବିତ୍ର ମୋହନ ଇକ୍କି, ଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲୋଜି ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ବଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ଜନ୍ମ ଜୟନ୍ତୀ ଏବଂ କଲେଜର ୧୯ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିବା ସହ ପବିତ୍ର ମୋହନ ପ୍ରଧାନଙ୍କର ଆଦର୍ଶ ଏବଂ ଦେଶ ମାତୃକା ପାଇଁ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପବିତ୍ର ମୋହନ ପ୍ରଧାନ ତାଳଚେର ମାଟିର ସୁଯୋଗ୍ୟ ସନ୍ତାନ ଭାବେ ସ୍ବାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରି ଦେଶ ପାଇଁ ବଳିଦାନ ଦେଇ ସମସ୍ତଙ୍କ ସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ ।ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ନିଜକୁ କୁଶଳୀ ଭାବେ ପ୍ରତିପାଦନ କରି ଦେଶର ଉନ୍ନତି ଏବଂ ପ୍ରଗତି କ୍ଷେତ୍ରରେ ଯଥେଷ୍ଟ ସହାୟକ ହୁଅନ୍ତୁ ବୋଲି ସମ୍ମାନିତ ଅତିଥ୍ । ଏମ. ସି. ଏଲ. ଲିଙ୍ଗରାଜ କୋଇଲା ଖଣି କ୍ଷେତ୍ରର ପ୍ରବନ୍ଧକ ସୁବ୍ରତ ବିଶ୍ଵାଳ ଛାତ୍ରଛାତ୍ରୀମାନଙ୍କୁ ଏହା ଆହ୍ୱାନ ଦେଇଥିଲେ ml
ଶିକ୍ଷାର ସାମଗ୍ରିକ ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଛି ଏବଂ ଅଭିଭାବକମାନେ ଏ କ୍ଷେତ୍ରରେ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି, ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ଯକ୍ଷା ଡ଼. ମୃଦୁଳା ଟି. ପ୍ରଧାନ ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରାରମ୍ଭରେ ପି.ଏ .ଆଇ.ଟି.ର ଛାତ୍ର ଦିଗବିଜୟ ମିଶ୍ର ମିଶ୍ର ଅତିଥ୍ ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟାପିକା ସପନିତା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନରେ ଆୟୋଜିତ ବିଭିନ୍ନ ଖେଳକୁଦ, ନାଚଗୀତରେ ଅଂଶ । ଗ୍ରହଣ କରି କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥ୍ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଅଧ୍ୟାପକ ଇଂ ରାଜେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଲା। ଏହି ଉପଲକ୍ଷେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ฉ.ง .ଆଇ.ଟି.ଅନୁଷ୍ଠାନ ପରିସରରେ ଆୟୋଜିତ ଏହି ପବିତ୍ର ମୋହନ ଜୟନ୍ତୀ ପାଳନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଏକାଡେମୀ ଡ଼ାଇରେକ୍ଟର ଇଞ୍ଜିନିୟର ଶରତ ଚନ୍ଦ୍ର ବିଶ୍ୱାଳ, ପ୍ରଶାସନିକ ଅଧିକାରୀ, ଅଧ୍ଯକ୍ଷ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।
