ବାଜିଚୌକ ଠାରୁ ବିଜେଡି ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ।
ତାରିଖ,୧୩/୨/୨୬
ସ୍ଥାନ ଢେଙ୍କାନାଳ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ରାଜ୍ୟ ସରକାରଙ୍କ ଓଡ଼ିଶାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ଢେଙ୍କାନାଳ ଜିଲ୍ଲାରେ ବିଶାଳ ଚାଷୀ ସମ୍ମିଳନୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି। ଢେଙ୍କାନାଳ ଜିଲ୍ଲାରେ ବିଜେପି ସରକାରର ଚାଷୀ ମାରଣ ନୀତି,ବିପର୍ଯ୍ୟୟ ଆଇନୀ ଶୁଙ୍ଖଳା ଓ ପ୍ରତିଶୃତି ଖିଲାପ ବିରୁଦ୍ଧରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେଡି ପକ୍ଷରୁ ଏହି ବିକ୍ଷୋଭ ପ୍ରତିବାଦ କରାଯାଇଥିଲା। ହଜାର ସଂଖ୍ୟାର ବିଜେଡି କର୍ମୀ ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଥମେ ବାଜିଚୌକ ଠାରେ କନିଷ୍ଠ ବୀର ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ନୃସିଂହ ସାହୁ,ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି,ରାଜ୍ୟ ଛାତ୍ର ବିଜେଡିର ସଭାନେତ୍ରୀ ଇପସିତା ସାହୁ,ଢେଙ୍କାନାଳ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ,ପୂର୍ବତନ ସାଂସଦ ମହେଶ ସାହୁ ଏବଂ ହଜାର ସଂଖ୍ୟାର କର୍ମକର୍ତ୍ତାମାନେ ଉପସ୍ଥିତ ରହି କ୍ଷୋଭ ପ୍ରକାଶ କରିଛନ୍ତି। ବିଜେପି ସରକାରଙ୍କ ଚାଷୀ ମାରଣନୀତି,ବିପର୍ଯ୍ୟୟ ଆଇନ୍ ଶୃଙ୍ଖଳା ଏବଂ ପ୍ରତିଶ୍ରୁତି ଖିଲାପରେ ବିକ୍ଷୋଭ ଏବଂ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଯାଇଛି ଏବଂ ଜିଲ୍ଲାସ୍ତରୀୟ ସମସ୍ତ ବରିଷ୍ଠ ଏବଂ କର୍ମ କର୍ତ୍ତାମାନେ ଯୋଗଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା।
