ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ଥ।୧୦ରୁ ଅଧିକ ଗୁରୁତ୍ତର , ଜଣେ ମୃତ ।
ବାହାନଗା (ଜ୍ୟୋତିପ୍ରକାଶ, ଭଞ୍ଜଦୂତ, ନିପ୍ର)-ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ଥ ହୋଇଛି।ସୂଚନା ମୁତାବକ ଆଜି ସକାଳ ୫.୧୫ ମିନିଟ ସମୟରେ କଲିକତା ରୁ ପୁରୀ ଅଭିମୁଖେ ଯାଉଥିବା ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ(ଏପି-୨୫ଡବ୍ଲୁ-୯୯୨୯) ଏକ ତୀର୍ଥଯାତ୍ରୀ ବସ ଭାରସମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା।ଫଳରେ ବସ ରେ ଥିବା ଡ୍ରାଇଭର ପୋଲକୁ ବାଡେଇହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ତେବେ ବସରେ ୪୦ଯାତ୍ରୀ ନେଇ ଯାଉଥିବାବେଳେ ୧୦ରୁ ଅଧିକ ଗୁରୁତ୍ତର ଥିବା ଜଣା ପଡ଼ିଛି।ସେମାନଙ୍କୁ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣା ପଡ଼ିଛି।ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୋଲିସ ମିଳିତ ଭାବେ ଆହତ ଯାତ୍ରୀ ମାନଙ୍କୁ ଉଧାର କରି ତଦନ୍ତ ଚଳାଇଛନ୍ତି।ଦୁର୍ଘଟଣା ର କାରଣ ଜଣା ପଡିନଥିବା ବେଳେ ମୃତକ ଡ୍ରାଇଭରଙ୍କ ପରିଚୟ ମିଳିପାରିନି।ଏମାନେ ସମସ୍ତେ ଜେନାଲୁରମ ଜିଲ୍ଲା ରୁ ଆସଥିବା ଜଣା ପଡ଼ିଛି।
