*ପାହାଡ ଉପରୁ ପଥର ଖସି ଦୁଇ ଗୁରୁତର* ବଙ୍ଗିରିପୋଷି (ଭଞ୍ଜଦୁତ ଖବର) ଅଂଶୁମାନ ଘୋଷ:-ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯-ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣି ଘାଟିରେ ବାଇକ୍ ଉପରେ ଖସି ପଡ଼ିଲା ବାଇକ୍ ଚୁରମାର ହେବା ସହ ଦୁଇ ଗୁରୁତ୍ତର ଆହତ ହୋଇ ଚିକିତ୍ସାଧିନ ହୋଇଥିବା ସୂଚନା । ଆହତ ଉଭୟଙ୍କୁ ପିଆରଏମ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଛି। ଦ୍ଵାରଶୁଣିଘଟି ଜାତୀୟ ରାଜପଥ ୪୯ ର ରାସ୍ତା ପ୍ରଶସ୍ତିକରଣ ପାଇଁ ପାହାଡକୁ ବ୍ଲାଷ୍ଟିଂଙ୍ଗ ପରେ ସେଠାରୁ ଜେସିବି ଦ୍ଵାରା ପଥର ଗୁଡ଼ିକୁ ଅନତ୍ର ସ୍ଥାନାନ୍ତର କରୁଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଙ୍ଗିରିପୋଷି ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା ଚାଲିଛି ବୋଲି ପୁଲିସ ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ କଡା କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ମନେହୁଏ । ଯଦି ଭାରି ପଥର ସ୍ଥାନାନ୍ତର ହୋଇଥିଲା ତାହେଲେ ପୂର୍ବରୁ ଯାତାୟତ ରୋକାଗଲାନାହିଁ କାହିଁକି ଏହା ସଭିଙ୍କ ପ୍ରଶ୍ନ ଉଠୀଛି ।
