ପଥଚାରି ଙ୍କୁ ଧକ୍କା ଦେଲା ବାଇକ ଅଳ୍ପକେ ବର୍ତିଲେ ହରିଶ ଚନ୍ଦ୍ର ବେହେରା
ଗଜପତି (ଟିକି ଲିମା)
-ବିଭିନ୍ନ ସମୟରେ ମଦ୍ୟପ ଚାଳକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ଯାହାକି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଠାରେ ସନ୍ଧ୍ୟା ସମୟ ରେ ବୁଲିବାକୁ ହରିଶ ଚନ୍ଦ୍ର ବେହେରା ରଙ୍ଗାମାଟିଆ ରୁ ବେତାର ସିଂ ଅଭିମୁଖେ ଚାଲି ଚାଲି ଯିବା ସମୟରେ ଲୁବୁରୁ ଗ୍ରାମର ଟୁକୁନା ମଲ୍ଲିକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ନିଜର ଭାର ସାମ୍ୟ ହରାଇ ହରିଶ ଚନ୍ଦ୍ର ବେହେରାଙ୍କୁ ପଛ ପଟେ ଧକ୍କା ଦେଇଥିଲା ଫଳରେ ଆଗକୁ ପିଟି ହଇ ପଡିଯାଇଥିଲେ ଏବଂ ନିଜେ ମଧ୍ୟ ପଡି ବିଭିନ୍ନ ଜାଗାରେ ମାଡ ହଇ ରକ୍ତ ଶ୍ରାବ ହଉ ଥିଲା ସେହି ସମୟରେ ଦୁଇବ୍ୟକ୍ତିଙ୍କ ଭୀମ ଆର୍ମି ର ପ୍ରେସିଡେଣ୍ଟ ଆମସାଲୋମନାୟକ ପ୍ରଭାରୀ ସାଗର ବଳିୟାର ସିଂ ସହ ସଦସ୍ୟ ବୃନ୍ଦ ହାଟଥ ଦେବଦୁତ ସାଜି ସେମାନଙ୍କୁ ମେଡିକାଲ ପହଞ୍ଚାଇ ସେମାନଙ୍କୁ ଚିକିତ୍ସା କରି ନିଜ ସ୍ଥାନକୁ ପଠାଇଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି ତେଣୁ ବିଭିନ୍ନ କ୍ଷେତ୍ରରେ ଭୀମ ଆର୍ମି ସଂଘଠନ ର କାର୍ଯ୍ୟକଳାପ କୁ ଅଞ୍ଚଳର ଜନ ପ୍ରତିନିଧି ଠୁ ଆରମ୍ଭ କରି ସାଧାରଣ ଜନତା ପ୍ରଶଂସା କରିବାସହିତ ସାମୁହିକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଅନୁରୋଧ ମଧ୍ୟ କରୁଛନ୍ତି
