
।
କଳାହାଣ୍ଡି:( କିଶନ୍ ଶର୍ମା ):ରମଜାନ ମାସ ଶେଷ ହେବା ପରେ ଆସେ ଏକ ପବିତ୍ର ଦିବସ ଇଦୁଲ ଫିତର ଏଥିରେ ଇଦ-ର ଅର୍ଥ ଆନନ୍ଦ ଓ ଫିତର୍ ର ଅର୍ଥ ହେଉଛି ଅର୍ଥ ଦାନ ତେଣୁ ଏହାର ଅର୍ଥ ହେଉଛି ଦାନ ପରେ ମିଲୁ ଥିବା ଆନନ୍ଦ ଏହି ପରି ଜୁନାଗଡ ସହର ରେ ମଧ୍ୟ ଆଜି ଇଦୁଲ-ଫିତର ର ନମାଜ ସକାଳ ୭:୩୦ ସମୟରେ ଜୁନାଗଡ ଇଦଗା ଠାରେ ପଢା ଗଲା ଏଠାରେ ନମାଜ ପାଠ ଇମାମ୍ ଅତାଉର୍ ରେହମାନ୍ ସାହାବ ପଢ଼ାଉଥିଲେ।ଏହି ସମୟ ରେ ଇଦଗା ନମାଜ ସମାପ୍ତି ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜ୍ଞାପନ କରିଥିଲେ । ନମାଜ ସାରିଲା ପରେ ଚାରି ଆଡେ ଆନନ୍ଦ ର ବାତାବରଣ ଖେଳି ଯାଇଥିଲା ଏଠାରେ ଜୁନାଗଡ ର ମୁସଲିମ ସମାଜର ସଭାପତି ହାସନ ଖାନ ଓ ଉପ ସଭାପତି ରାଜା ହୁସେନ,କେଶିଆର ୟୁସୁଫ ପୋପଟିଆ,ସେକେଟ୍ରୀ ଅବଦୁଲ ୱାହିଡ ଏବଂ କମିଟି ଭାଇମାନେ ଫୈଜୁଲ ଖାନ,ମୋଇଁନ ଖାନ,ସଜବାଜ ଖାନ, ମୋଷିନ ଖାନ,ମୁନୱାର ଖାନ,ଦାଉଦ୍ ଖାନ,ହାଜି ଅବଦୁଲ୍ ହମିଦ,ଅବଦୁଲ୍ ମୋତିନ୍,ରଜବ ଅଲି,ହିଯାଜ୍ ଖାନ,ଭୋଲୁ ଖାନ,ଅମନ୍ ଖାନ,ଆସପାକ ମହମ୍ମଦ ଓ ଅନ୍ୟାନ୍ୟ ଭାଇମାନେ ଜୁନାଗଡ଼ ବାସୀଙ୍କୁ ଇଦୁଲ- ଫିତର୍ ମୁବରକ ଜଣାଇ ଥିଲେ ଏବଂ ଦେଶର ପ୍ରଗତି ଓ ସମଗ୍ର ଦେଶରେ ଶାନ୍ତି ଏବଂ ଭାଇଚାରା ବଜାୟ ରହୁ ବୋଲି ସମସ୍ତେ ପ୍ରାର୍ଥନା କରିଥିଲେ।