
ସମାଜସେବୀ ରାଜେଶ ଗୌଡ଼ ଙ୍କ ନିଆରା ସେବା ଟ୍ୱିଟର ରେ କରୁଛନ୍ତି ସମସ୍ୟାର ସମାଧାନ !
କଳାହାଣ୍ଡି ଜିଲ୍ଲା ରେ ଟ୍ୱିଟର ବଏ ନାମରେ ପରିଚିତ ଯୁବ ସମାଜସେବୀ ରାଜେଶ ଗୌଡ଼ ଙ୍କ ନିଆରା ସେବା ସାମାଜିକ ଗଣମାଧ୍ୟମ କୁ ପ୍ରମୁଖ ଅସ୍ତ୍ର କରି ଗରିବ ଅସହାୟ ଲୋକଙ୍କ ସମସ୍ୟା କୁ ଟ୍ୱିଟ କରି କରନ୍ତି ସମାଧାନ କେଉଁ ଗାଁରେ କଣ ରହିଛି ସମସ୍ୟା କିଏ ହେଉଛି ଅବହେଳିତ ଆଉ କିଏ ସରକାରି ସେବାରୁ ବଞ୍ଚିତ ଏମିତି କିଛି ସ୍ଥାନୀୟ ଅଞ୍ଚଳ ର ସମସ୍ୟା ସମ୍ପର୍କ ରେ ଭିଭାଗୀୟ ଅଧିକାରୀ ଙ୍କୁ ଟ୍ୱିଟର ମାଧ୍ୟମ ରେ ଅବଗତ କରାଇ ଏକ ନିଆରା ସମାଜସେବା କାର୍ଯ୍ୟ ଜାରି ରଖିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ରିଷିଗାଁ ପଞ୍ଚାୟତ ଡ଼ଙ୍ଗରିପଡ଼ା ଗ୍ରାମ ର ରାଜେଶ ଗୌଡ଼ ନିଜ କାର୍ଯ୍ୟ ସହିତ ପ୍ରତିଦିନ ବିଭିନ୍ନ ଖବର କାଗଜ ରେ ପ୍ରକାଶିତ ଖବର ଦିନ ଦରିଦ୍ର ଲୋକଙ୍କ ସମସ୍ୟା ସହ ପ୍ରଶାସନିକ ଅବହେଳା କୁ ନେଇ ସେ ବ୍ଲକ ପ୍ରଶାସନ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ବିଭାଗୀୟ ମନ୍ତ୍ରୀ ସଚିବ ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟର ମାଧ୍ୟମ ରେ ଉକ୍ତ ସମସ୍ୟା ଗୁଡ଼ିକ କୁ ଦୃଷ୍ଟି ଗୋଚର କରିଥାନ୍ତି ଗରିବ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ କୁ ଜଣାଇ ସେମାନଙ୍କୁ ସହାୟତା ର ବାଟ ଦେଖାନ୍ତି ୨୦୨୧ ରୁ ରାଜେଶ ଗୌଡ଼ ଅନବରତ ଭାବେ ଟ୍ୱିଟର ମାଧ୍ୟମରେ ଲୋକଙ୍କ ସମସ୍ୟା କୁ ସରକାର ନିକଟରେ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି ବର୍ତମାନ ସୁଦ୍ଧା ୪୦୦୦ ରୁ ଉର୍ଦ୍ଧ ସମସ୍ୟା ସମ୍ପର୍କ ରେ ଟ୍ୱିଇଟ କରିଥିବା ବେଳେ ଅନେକ ସମସ୍ୟା ର ସମାଧାନ କରି ପାରିଛନ୍ତି ଖାଲି ସେତିକି ନୁହେଁ ରାଜେଶ ଗୌଡ଼ ୩୯ ଥର ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସାରିଲେଣି ବେଳେ ଏକ ସ୍ୱେଚ୍ଛାସେବି ସଂଗଠନ କଳାହାଣ୍ଡି ୱାରରିଅର୍ଶ ଅର୍ଗାନାଇଯେସନ ର ପ୍ରତିଷ୍ଠାତା ରୂପେ ୪ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି ରାଜେଶ ଙ୍କ ଏଭଳି ସମାଜସେବା ମନଭାବ କୁ ବିଭିନ୍ନ ମହଲ ରେ ପ୍ରଶସା କରାଯାଉଛି !