କୁମାରଶୁଣୀ ପୀଠରେ ଉତ୍ସବ ପାଇଁ ପ୍ରସ୍ତୁତି
ଆଗରପଡ଼ା,( ନିପ୍ର) ଆଗରପଡ଼ା ସନ୍ନିକଟ ସାନକମାରୀ ଗ୍ରାମର ପ୍ରତ୍ୟକ୍ଷ ଅଧିଷ୍ଠାତ୍ରୀ ଦେବୀ ମା କମାରଶୁଣୀ ପୀଠରେ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ମାଆଙ୍କର ପ୍ରତିଷ୍ଠା ଉତ୍ସବ ହେବ ବୋଲି ଆହୂତ ସାମ୍ବାଦିକ ସମ୍ମିଳନୀରେ ଏହାର ମୁଖ୍ୟ ପୁରୋଧା ଦୟାନିଧି ଦାସ ସୂଚନା ଦେଇଛନ୍ତି । ସୂଚନା ମୁତାବକ ସେଦିନ ଶ୍ରଦ୍ଧାଳୁମାନେ ୧୦୮ କଳସ ଆଣିବେ । ହୋମଯଜ୍ଞ ପୂଜା ଅର୍ଚ୍ଚନାଆଦି ଅଷ୍ଟମ ପ୍ରହରି ନାମ ଯଜ୍ଞ ଆଦି କାର୍ଯ୍ୟକ୍ରମ ସହ ୩ଦିନ ବ୍ୟାପୀ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଛି ଓ ବିଭିନ୍ନ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେବାକୁ ସ୍ଥିର କରାଯାଇଛି । ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ଏହି କୁମାରଶୁଣିଙ୍କ ପୂଜାରେ ସହଯୋଗ କରିବାକୁ ନିମନ୍ତ୍ରଣ ରହିଲା । ଗୌରାଙ୍ଗ ଦାସ, କାଳନ୍ଦୀ ଦାସ, ସୁଭାଷ ଦାସ, ତପନ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
